fbpx
BSKY SKY
BSKY SKY

୨୦୨୪ ଲୋକସଭା ନିର୍ବାଚନ ପୁର୍ବରୁ ବଳ ଯୋଗାଡ଼ କରୁଛନ୍ତି ବିରୋଧୀ, ବେଙ୍ଗାଲୁର ବୈଠକରେ ୨୪ ଦଳ ହେବେ ସାମିଲ

BSKY

ନୂଆଦିଲ୍ଲୀ: ବିଜେପିକୁ କେନ୍ଦ୍ରରେ କ୍ଷମତାରୁ ହଟାଇବା ପାଇଁ ଦେଶର ଅନେକ ବିରୋଧ ଦଳ ଏକଜୁଟ୍ ହୋଇ ଲଢିବାକୁ ଉଦ୍ୟମ ଚଳାଇଛନ୍ତି । ପାଟନା ବୈଠକ ପରେ ୧୭-୧୮ ଜୁଲାଇରେ କଂଗ୍ରେସ ଗଡ଼ ବେଙ୍ଗାଲୁରରେ ୨୪ ବିରୋଧୀ ଦଳ ଏକଜୁଟ୍ ହେଉଛନ୍ତି । ପାଟନାରେ ୧୫ ବିରୋଧି ଦଳ ଏକାଠି ହୋଇଥିଲେ । ଦିଲ୍ଲୀ ଅଧ୍ୟାଦେଶକୁ ନେଇ କଂଗ୍ରେସ ସହିତ ବିବାଦ ମଧ୍ୟରେ ଆପ୍ ବେଙ୍ଗାଲୁର ବୈଠକରେ ଯୋଗ ଦେବ । କଂଗ୍ରସ ଏପର୍ଯ୍ୟନ୍ତ ପରିସ୍କାର କରିନାହିଁ କି ସେ ଦିଲ୍ଲୀ ଅଧ୍ୟାଦେଶକୁ ନେଇ ଏହାର ନିଷ୍ପତି କଣ ହେବ । ଏହି ବେଠକରେ ଆର୍‌ଏଲଡିର ଜୟନ୍ତ ଚୌଧୁରୀ ମଧ୍ୟ ଯୋଗ ଦେଉଛନ୍ତି ।

କଂଗ୍ରେସ, ଟିଏମ୍‌ସି, ଡିଏମ୍‌କେ ଆପ୍‌, ଜେଡିୟୁ, ଆରଜେଡି, ସିପିଏମ୍‌, ସିପିଆଇ, ଏନ୍‌ସିପି, ଶିବସେନା, ସମାଜବାଦୀପାର୍ଟୀ, ନ୍ୟାସନାଲ କଂନଫରେନ୍ସ, ପିଡିପି, ଜିଏସମ୍‌ଏମ୍‌, ଆରଏଲଡି, ଆରଏସ୍‌ପି, ଆଇୟୁଏମ୍‌ଏଲ୍‌, କେରଳ କଂଗ୍ରେସ, ବିସିପି, ଏସମ୍‌ଡିଏମ୍‌କେ, କେଡିଏମ୍‌କେ, କେରଳ କଂଗ୍ରେସ(ଜେ) ଫରବାର୍ଡ ବ୍ଲକ୍ ଭଳି ଦଳ ଏହି ବେଟକରେ ଯୋଗ ଦେବେ ବୋଲି ସୂଚନା ମିଳିଛି।

ବିରୋଧିଙ୍କ ଏହି ବୈଠକରେ ସୋନିଆ ଏବଂ ରାହୁଲ ଗାନ୍ଧୀ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି । ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୧୮ ତାରିଖ ବେଠକ ପୁର୍ବରୁ ସୋନିଆ ସମସ୍ତ ବିରୋଧୀ ଦଳଙ୍କୁ ଏକ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି । ଆମ୍ ଆଦମୀ ପାର୍ଟିର ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

Get real time updates directly on you device, subscribe now.