fbpx

Indian Air Force ପକ୍ଷରୁ ବାହାରିଲା ୨୪୧ଟି ପଦବୀ: ଡିସେମ୍ବର ୧ରୁ ଆବେଦନ ଆରମ୍ଭ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଭାରତୀୟ ବାୟୁ ସେନା ପକ୍ଷରୁ ୨୪୧ଟି ପଦବୀ ନିମନ୍ତେ ଚାକିରି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ଫ୍ରାଇଂ ବ୍ରାଞ୍ଚ ଓ ଗ୍ରାଉଣ୍ଡ ଡ୍ୟୁଟି (ଟେକ୍ନିକାଲ ଓ ନନ-ଟେକ୍ନିକାଲ) ବ୍ରାଞ୍ଚରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କୁ ଯାଇ ସବିଶେଷ ବିବରଣୀ ପାଇ ପାରିବେ ।

ଆସନ୍ତା ଡିସେମ୍ବର ମାସ ୧ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୩୦ ତାରିଖରେ ସମାପ୍ତ ହେବ । ଏଏଫସିଏଟି ଏଣ୍ଟ୍ରି ପାଇଁ ପ୍ରାର୍ଥୀଙ୍କୁ ୨୫୦ ଟଙ୍କା ଫିସ୍ ଦେବାକୁ ପଡ଼ିବ । ମାତ୍ର ଏନସିସି ସ୍ପେଶାଲ ଏଣ୍ଟ୍ରି ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଡେବିଟ କାର୍ଡ, କ୍ରେଡିଟ କାର୍ଡ, ନେଟ୍ ବ୍ୟାଙ୍କିଂ, ଇ-ଚାଲାଣ ମାଧ୍ୟମରେ ପେମେଣ୍ଟ କରାଯିବ ।

ଫ୍ଲାଇଂ ବ୍ରାଞ୍ଚ ପାଇଁ ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୦ ବର୍ଷ ଓ ସର୍ବାଧିକ ବୟସ ୨୪ ବର୍ଷ ହୋଇଥିବା ଆବଶ୍ୟକ । ସେହିପରି ଗ୍ରାଉଣ୍ଡ ଡ୍ୟୁଟି ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୦ ବର୍ଷ ଓ ସର୍ବାଧିକ ବୟସ ୨୬ ବର୍ଷ ହୋଇଥିବା ଆବଶ୍ୟକ । ବୟସ ସୀମା ୨୦୨୪ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ହିସାବକୁ ନିଆଯିବ ।

ଅନଲାଇନ ଆବେଦନ ଲିଙ୍କ: Available on 01.12.2022

ଅଫିସିଆଲ ୱେବସାଇଟ୍ ଲିଙ୍କ: https://afcat.cdac.in/AFCAT/

Get real time updates directly on you device, subscribe now.