fbpx

NIAର ବଡ଼ ଘୋଷଣା: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦକୁ ଧରାଇଦେଲେ ମିଳିବ ୨୫ ଲକ୍ଷ ପୁରସ୍କାର

ନୂଆଦିଲ୍ଲୀ: ଭାରତ ବାହାରେ ରହି ଦୀର୍ଘବର୍ଷ ଧରି ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ ନିଜର କଳାସାମ୍ରାଜ୍ୟର କାୟା ବିସ୍ତାର କରି ଚାଲିଛି । ତେବେ ଦାଉଦ ସମ୍ପର୍କରେ ସୂଚନା ଦେଲେ ୨୫ ଲକ୍ଷ ଟଙ୍କା ପୁରସ୍କାର ମିଳିବ । ଜାତୀୟ ତଦନ୍ତକାରୀ ସଂସ୍ଥା (ନିଆ) ପକ୍ଷରୁ ଏହି ଘୋଷଣା କରାଯାଇଛି । ଏଥିସହିତ ନିଆ ପକ୍ଷରୁ ଦାଉଦର ଫଟୋ ମଧ୍ୟ ଜାରି କରାଯାଇଛି ।

ସେହପରି ଛୋଟା ସକିଲକୁ ଧରାଇଦେଲେ ୨୦ ଲକ୍ଷ, ଅନିସ ଇବ୍ରାହିମ, ଜାଭେଦ ଚିକନା ଓ ଟାଇଗର ମେମନଙ୍କୁ ଧରାଇଦେଲେ ୧୫ ଲକ୍ଷ ଲେଖାଏଁ ଟଙ୍କା ପୁରସ୍କାର ମିଳିବ । ଦାଉଦ ଓ ତା’ର ସହଯୋଗୀଙ୍କ ଆତଙ୍କବାଦ ସଂଗଠନ ଲସ୍କର-ଇ-ତୋଏବା, ଅଲ-କାଏଦା, ଜୈସ-ଇ-ମହମ୍ମଦ ସହ ମିଶି ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ନିଆ ପକ୍ଷରୁ କୁହାଯାଇଛି ।

୧୯୯୩ରେ ଘଟିଥିବା ମୁମ୍ବାଇ ସିରିଏଲ୍ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଦାଉଦ ଓ ତା’ର ସହଯୋଗୀମାନେ ପଡ଼ୋଶୀ ଦେଶ ପାକିସ୍ତାନର ପୃଷ୍ଠପୋଷକତା ଲାଭ କରୁଛନ୍ତି । ଉକ୍ତ ବିସ୍ଫୋରଣରେ ୨୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଥିଲେ । ତେଣୁ ସେମାନଙ୍କଠାରୁ ବିପଦ ଆଶଙ୍କା ରହିଛି । ଦାଉଦ ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ପଦକ୍ଷେପ ନେବା ପାଇଁ ଭାରତ ଗତବର୍ଷ ମିଳିତ ଜାତିସଂଘରେ ଏହି ପ୍ରସଙ୍ଗ ଉଠାଇଥିଲା ।

Get real time updates directly on you device, subscribe now.