fbpx

(Video) ପାଣିରେ ଫସିଲା ତୀର୍ଥଯାତ୍ରୀ ବସ୍, ଅନ୍ଧାର ରାତିରେ ଚିତ୍କାର କଲେ ଲୋକେ ତାପରେ…

ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି ବର୍ଷା । ଫଳକେ ଅନେକ ସ୍ଥାନରେ ପାଣି ଜମିବା ସହିତ ତଳିଆ ଅଞ୍ଚଳ ପୁରା ଜଳମଗ୍ନ ହୋଇଛି । ଏହାରି ଭିତରେ ଏକ ଯାତ୍ରୀବାହୀ ବସ୍ ପାଣିରେ ଫସି ଯାଇଥିବା ଖବର ସାମ୍ନାକୁ ଆସିଛି । ବସରେ ଯାତ୍ରୀମାନେ ରହିଥିବା ବେଳେ ଚଳନ୍ତା ବସଟି ରାତିରେ ପାଣିରେ ଫସିଯାଇଥିଲା । ଏହାପରେ ଯାତ୍ରୀମାନେ ଭୟଭୀତ ହେବା ସହିତ ଚିତ୍କାର କରିଥିଲେ । ଗୁଜୁରାଟ ଭାବାନଗର ସହରର କୋଲିୟକ ଗ୍ରାମରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ରାସ୍ତାରେ ପାଣି ଜମିବା କାରଣରୁ ବସଟି ଠିକ ଭାବେ ରାସ୍ତା ଜାଣିପାରି ନଥିଲା । ଫଳରେ ରାସ୍ତା କଡରେ ଯାଇଥିବା ଡ୍ରେନର ପାଣିରେ ଫସି ଯାଇଥିଲା । ଡ୍ରାଇଭର ଜଣକ ଉତ୍ତର ଭାରତର ହୋଇଥିବା ବେଳେ ସେ ରାସ୍ତାର ଗଭୀରତାକୁ ଜାଣିପାରି ନଥିଲେ ।

ସୂଚନା ଅନୁସାରେ, ବସରେ ରହିଥିବା ସମସ୍ତ ଯାତ୍ରୀ ତୀର୍ଥସ୍ଥାନକୁ ଆସୁଥିଲେ । ଉତ୍ତରଭାରତରୁ ନିଶାଲଙ୍କ ମହାଦେବ ମନ୍ଦିରକୁ ଆସୁଥିଲେ । ହେଲେ ରାସ୍ତାରେ ପାଣିର ସୁଅ ନଜାଣିପାରି ଫସିଯିବା କାରଣରୁ ବସର ଆଗ ଚକ ଦବି ଯାଇଥିଲା । ତେବେ ବସରେ ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଟ୍ରକ ପଠାଯାଇଥିଲା ।  କିନ୍ତୁ ମୁକୁଳେଇବା ବଦଳରେ ଟ୍ରକଟି ମଧ୍ୟ ଫସିଯାଇଥିଲା । ତେବେ ସ୍ଥାନୀୟ ସୁଇମରଙ୍କ ସାହାଯ୍ୟରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ଏନଡିଆରଏଫ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଗନ୍ତବ୍ୟସ୍ଥଳକୁ ପଠାଯାଇଥିବା ବେଳେ ଟ୍ରକଟିକୁ ମଧ୍ୟ ପାଣିରୁ ବାହାର କରାଯାଇଥିଲା ।

Get real time updates directly on you device, subscribe now.