ରଣଥୋମ୍ବର ନାସନାଲ ପାର୍କରୁ ଗାଏବ ହେଉଛନ୍ତି ବାଘ, ଶିକାରୀ ଆକ୍ଟିଭିଟିକୁ ନେଇ ଉଠିଲା ପ୍ରଶ୍ନ

ଜୟପୁର: ରାଜସ୍ଥାନର ରଣଥୋମ୍ବର ନାସନାଲ ପାର୍କରେ ଗୋଟିଏ ବାଘର ମୃତ୍ୟୁ ଓ ୨୫ ବାଘ ନିଖୋଜ ଖବର ସାମ୍ନାକୁ ଆସିବା ପରେ ବାଘଙ୍କୁ ଖୋଜିବାକୁ ଏକ କମିଟି ଗଠନ ହୋଇଥିଲା । ଯାଞ୍ଚ ପରେ ଜଣାପଡିଛି କି, ୧୧ ବାଘ କ୍ୟାମେରା ଓ ଅନ୍ୟ ମାଧ୍ୟମରୁ ବର୍ଷେ ହେବ ଦେଖାପଡୁ ନାହାନ୍ତି ।

ମାଧୋପୁର ସ୍ଥିତ ରଣଥୋମ୍ବର ଟାଇଗର ନାସନାଲ ପାର୍କରୁ ୨୫ ବାଘ ନିଖୋଜ ଖବର ଆସିବା ପରେ ହଇଚଇ ଖେଳିଯାଇଥିଲା । ତା ପରେ ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଗଲା । ବାଘଙ୍କୁ ଖୋଜି ବାହାର କରିବାକୁ କମିଟି ଗଠନ କରାଗଲା । ତେବେ କମିଟି ରିପୋର୍ଟ ଦେଇଛି ବର୍ଷେ ହେଲା କ୍ୟାମେରା ଓ ଅନ୍ୟ ଟ୍ରାକିଂ ଡିଭାଇସ ଲେନ୍ସରେ ଦେଖାପଡୁନାହାନ୍ତି ବାଘ ।

ଏହି ଜାତୀୟ ଉଦ୍ୟାନରେ ୧୪ ବାଘ ବର୍ଷେ ବଞ୍ଚୁନାହାନ୍ତି । ଏପରି ସମୟରେ ୨୫ ବାଘଙ୍କ କୌଣସି ଖୋଜ ଖବର ନ ମିଳିବାରୁ ଏମାନେ ନିଖୋଜ ଥିବା ଆଶଙ୍କା କରାଯାଉଛି ।ଏହି ଘଟଣାକୁ ଗମ୍ଭୀରତା ସହ ନେଇ ରାଜସ୍ତାନ ସରକାର ଏହା ଉପରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଆଦେଶ ଦେଇଛି ।

ଏହି ଜାତୀୟ ଉଦ୍ୟାନରେ ବାଘ ସଂଖ୍ୟା ୭୫ ଥିଲା । ଏବେ ୨୫ଙ୍କ ପତ୍ତା ମୁଳୁନି, ଯାହା ଚିନ୍ତାର ବିଷୟ ହୋଇଛି । ଜାତୀୟ ଉଦ୍ୟାନରେ ଶିକାରୀଙ୍କ ଆକ୍ଟିଭିଟିକୁ ଏଡା ମଧ୍ୟ ଦିଆଯାଇ ନ ପାରେ । ତେଣୁ ସବୁ ଦିଗପ୍ରତି ଧ୍ୟାନ ଦେଇ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ରହିଛି । ତେବେ ନିକଟରେ ଗୋଟିଏ ବାଘ ଟାଇଗର ଟି-୮୬ର ମୃତ୍ୟୁ ପରେ ତାର ଶବ ବ୍ୟବଚ୍ଛେଦରୁ ଜଣାପଡିଥିଲା କି, ବିସ୍ଫାରଣ କରିବା ପରେ କୁରାଢୀରେ ବାଘକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି ।