fbpx

ୱାୟନାଡର ସବୁଆଡ଼େ ଖାଲି ବିନାଶର ଦୃଶ୍ୟ! ୨୫୪ ଜଣ ମୃତ ଓ ୩୦୦ରୁ ଅଧିକ ନିଖୋଜ, ଏହି ଫଟୋଗୁଡ଼ିକୁ ଦେଖିଲେ ହୃଦୟ ସହି ପାରୁନି

ନୂଆଦିଲ୍ଲୀ: ପ୍ରକୃତିର ଶକ୍ତି ଆଗରେ ମଣିଷ ଯେ ନଗଣ୍ୟ ତାହା ପୁଣି ଥରେ ପ୍ରମାଣିତ ହୋଇଛି । ଭୀଷଣ ବର୍ଷା କାରଣରୁ କେରଳର ୱାୟନାଡରେ ସୃଷ୍ଟି ହୋଇଥିବା ଭୟଙ୍କର ଭୂସ୍ଖଳନର ବିପଦ ଏବେ ବି ହଟିନାହିଁ । ଏହା ମଧ୍ୟରେ ୨୫୪ ଜଣଙ୍କର ମୃତ୍ୟୁ ଘଟିବା ସହିତ ୩୦୦ରୁ ଅଧିକ ଏବେ ବି ନିଖୋଜ ରହିଛନ୍ତି । ଗତକାଲି ଓଡ଼ିଶାର କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ଡାକ୍ତର ବିଷ୍ଣୁ ପ୍ରସାଦ ଚିନରାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କ ବନ୍ଧୁ ଡାକ୍ତର ସ୍ୱାଧୀନ ପଣ୍ଡା ଏବେ ବି ନିଖୋଜ ରହିଛନ୍ତି । ଭାରତବର୍ଷର ବିଭିନ୍ନ ରାଜ୍ୟର ଅନେକ ପରିବାର ନିଜର ଆତ୍ମୀୟସ୍ୱଜନଙ୍କ ବିୟୋଗ ଓ ନିଖୋଜରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି ।

ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବିଶେଷ ଖ୍ୟାତି ଅର୍ଜନ କରିଥିବା କେରଳର ଚରଲମାଲା କ୍ଷେତ୍ର ଆଜି ଯେପରି ପ୍ରାକୃତିକ ବିପର୍ଯ୍ୟୟରେ ଶ୍ରୀହୀନ ହୋଇପଡ଼ିଛି । ଚୂରଲମାଲାରେ ସୂଚିପାରା ଝରଣା, ବେଲ୍ଲୋଲିପ୍ପାରା ଓ ସୀତା ଝରଣା ପରି କିଛି ସ୍ଥାନକୁ ଅଧିକାଂଶ ସମୟରେ ପର୍ଯ୍ୟଟକ ମନେ ଛୁଟି କଟାଇବାକୁ ଯାଇଥାନ୍ତି । ମାତ୍ର ଭୂସ୍ଖଳନ ତବାହୀ କାରଣରୁ ମାଟି, କାଦୁଅରେ ସେହି ଅଞ୍ଚଳର ନକ୍ସା ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି । ଏହି ବିପର୍ଯ୍ୟୟର ଫଟୋଗୁଡ଼ିକୁ ଦେଖିଲେ ତା’ର ସ୍ଥିତି ବିଷୟରେ ଅନେକ କିଛି ଜାଣି ହେଉଛି ଓ ଆଖିରୁ ଲୁହ ଝରି ଆସୁଛି ।

କେରଳର ୱାୟନାଡ ଜିଲ୍ଲାରେ ଭୂସ୍ଖଳନ ଘଟଣାର ମୃତକଙ୍କ ସଂଖ୍ୟା ବେଳକୁ ବଢ଼ିବାରେ ଲାଗିଛି । ଅନେକ ଲୋକଙ୍କର ମୃତ୍ୟୁ ଘଟିବା କାରଣରୁ ଅନେକ ପରିବାର ଏବେ ସର୍ବସ୍ୱାନ୍ତ ହୋଇଯାଇଛନ୍ତି । ମାଟି, କାଦୁଅ, ଗାତ ଓ ବିଶାଳକାୟ ପଥର ଭିତରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । କେରଳର ଅନେକ ସହରରେ ଏପରି ସ୍ଥିତି ଦେଖିବାକୁ ମିଳିଛି । କିଛିଦିନ ତଳେ ନିଜର ମନୋରମ ସୌନ୍ଦର୍ଯ୍ୟ ଓ ଆକର୍ଷଣ ପାଇଁ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା କେରଳର ବର୍ତ୍ତମାନ ସ୍ଥିତି ଦେଖିଲେ ଆଖିକୁ ବିଶ୍ୱାସ କରିହେଉ ନାହିଁ । ଯେଉଁ ସ୍ଥାନରେ ଲୋକମାନେ ନିଜର ଆତ୍ମୀୟଙ୍କ ସହିତ ଏକାଠି ବସି ଖୁସି ମନାଉଥିଲେ, ଆଜି ସେହି ସ୍ଥାନରେ ଲୋକମାନେ ନିଜର ଲୋକମାନଙ୍କ ପାଇଁ ଆଖିରୁ ଲୁହ ଝରାଉଛନ୍ତି । ମାଟିର ଏତେ ଆସ୍ତରଣ ରହିଛି ଯେ ସେଥିରେ ଜଣେ ଚାଲିବା କଷ୍ଟକର । ତେଣୁ ଏଭଳି ସ୍ଥିତିରେ ନିଖୋଜଙ୍କୁ ଖୋଜିବା ନିହାତି କଷ୍ଟକର ବ୍ୟାପାର ହୋଇପଡ଼ିଛି ।

ମୁଣ୍ଡକ୍କଈ ସହରରେ ପାଖାପାଖି ୪୫୦-୫୦୦ ଘର ରହିଥିବା ବେଳ ଏବେ ସେହି କ୍ଷେତ୍ରରେ କେବଳ ୩୪-୪୯ଟି ଘର ରହିଛି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ରହିଛନ୍ତି । ଅନେକ ସଂସ୍ଥା ପକ୍ଷରୁ ମୃତାହତଙ୍କ ତଥ୍ୟ ସଂଗ୍ରହ ପାଇଁ ନିଜର ଅଭିଯାନ ଆରମ୍ଭ କରିଛନ୍ତି । ଏବେ ବି ଅନେକ ଲୋକ ମାଟି ଭିତରେ ଚାପି ହୋଇ ରହିଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । କେରଳ ମୁଖ୍ୟମନ୍ତ୍ରୀ ପିନରଈ ବିଜୟନ ରାଜଧାନୀ ତିରୁବନନ୍ତପୁରମରେ ରେସକ୍ୟୁ ଅପରେସନକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଯବାନ, ଏନଡିଆରଏଫ ଓ ପୋଲିସ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିବା ବେଳେ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ୱାୟନାଡରେ ଦେଖାଦେଇଥିବା ପ୍ରାକୃତିକ ବିପର୍ଯ୍ୟୟ ପ୍ରସଙ୍ଗ ଲୋକସଭାରେ ମଧ୍ୟ ଉଠିଥିଲା । ୱାୟନାଡର ବିପର୍ଯ୍ୟୟକୁ ନେଇ ଗୃହର ଅଧିବେଶନରେ ଏକ ବିଧେୟକ ଅଣାଯିବ ଓ ସମସ୍ତ ପୀଡ଼ିତଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ଅନ୍ୟପକ୍ଷରେ ଖୁବଶୀଘ୍ର ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ୱାୟନାଡ ଗସ୍ତ କରିବେ ବୋଲି ଜଣାଡ଼ିଛି ।

keral incident

ଭୂସ୍ଖଳନ ତବାହୀ କାରଣରୁ କାଦୁଅ ଓ ମଇଳାର ସ୍ଲାବ ବିଭିନ୍ନ ଅଞ୍ଚଳର ନକ୍ସସା ବଦଳାଇ ଦେଇଛି।

 

1280 (1280 X 720 Px) (29)

ବର୍ତ୍ତମାନ ସୁଦ୍ଧା ୨୫୪ ଜଣଙ୍କର ମୃତ୍ୟୁ ଘଟିଲାଣି ।

 

1280 (1280 X 720 Px) (30)

ଏବେ ବି ଅନେକ ଲୋକ କାଦୁଅ ଭିତରେ ଚାପି ହୋଇ ରହିଛନ୍ତି ।

1280 (1280 X 720 Px) (31)ସେନା, ଏନଡିଆରଏଫ ଓ ପୋଲିସ ବର୍ତ୍ତମାନ ସୁଦ୍ଧା ୧ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରିସାରିଛନ୍ତି ।

 

1280 (1280 X 720 Px) (32)

ଇଣ୍ଡିଆନ କଷ୍ଟ ଗାର୍ଡର ଟିମ୍ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

Get real time updates directly on you device, subscribe now.