ଓଡ଼ିଶା ଭାସ୍କର: ଭାରତୀୟ ଲୋକତନ୍ତ୍ର ଇତିହାସରେ ୧୯୭୫ ମସିହା ଜୁନ୍ ୨୫ ତାରିଖକୁ ଏକ କଳା ଦିବସ ବୋଲି କୁହାଯାଇଛି । ଏହିଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ‘National Emegency(ଜରୁରୀକାଳୀନ ପରିସ୍ଥିତି)’ ନିଷ୍ପତ୍ତି ସାରା ଦେଶକୁ ଦୋହଲାଇ ଦେଇଥିଲା । ୧୯୭୫ ମସିହା ଜୁନ୍ ୨୫ ତାରିଖରୁ ୧୯୭୭ ମସିହା ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଏହି ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା । ପ୍ରାୟ ୨୧ ମାସ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହୋଇଥିବା ବେଳେ ଏହି ସମୟରେ ଭାରତୀୟ ନାଗରିକମାନଙ୍କ ସମସ୍ତ ମେସଳିକ ଅଧିକାର ଛଡ଼ାଇ ନିଆ ଯାଇଥିଲା । ଦେଶରେ ଆରମ୍ଭ ହୋଇଥିବା ଏହି ଅନ୍ଧକାର ପିରିୟଡକୁ ଦେଶବ୍ୟାପୀ ଅସଂଖ୍ୟ ଲୋକ ବିରୋଧ କରିଥିଲେ । ଏହି ଦିନ ଲୋକତନ୍ତ୍ରର ଶକ୍ତି ବିଷୟରେ ଜାଣିଥିଲା ସାରା ଦୁନିଆ ।
କାହିଁକି ଲାଗୁ ହୋଇଥିଲା ନେସନାଲ ଇମରଜେନ୍ସି?
ନେସନାଲ ଇମରଜେନ୍ସି ଲାଗୁ ହେବା ନିଷ୍ପତ୍ତି ଗୋଟିଏ କାରଣ ପାଇଁ ନିଆ ଯାଇନଥିଲା । ଇଲହାବାଦ ହାଇକୋର୍ଟ ଇନ୍ଦିରା ଗାନ୍ଧୀଙ୍କୁ ଧାନ୍ଧଲୀର ଦୋଷୀ ବୋଲି ସାବ୍ୟସ୍ତ କରିବା ଏହି ପରିସ୍ଥିତିର ମୁଖ୍ୟ କାରଣ ବୋଲି କୁହାଯାଉଛି । ଏହାବ୍ୟତୀତ ବିରୋଧୀ ଦଳର ବିରୋଧ ପ୍ରଦର୍ଶନ ଏବଂ ଦେଶରେ ଅର୍ଥବ୍ୟବସ୍ଥା ଓ ସାମାଜିକ ଅଶାନ୍ତି ବୃଦ୍ଧି ଇତ୍ୟାଦି ଯୋଗୁଁ ଜରୁରୀକଳୀନ ପରିସ୍ଥିତି ଘୋଷଣା ହୋଇଥିଲା । ଆପାତକାଳୀନ ପରିସ୍ଥିତିରେ ଅନେକ ଅସାମ୍ବିଧାନିକ ଘଟଣା ଦେଖିବାକୁ ମିଳିଥିଲା । ଏଥିରେ ମୌଳିକ ଅଧିକାରର ନିଲମ୍ବନ ଏବଂ ଅଭିବ୍ୟକ୍ତିର ସ୍ୱତନ୍ତ୍ରତା-ଗିରଫ ବିନା ହେପାଜତରେ ରଖିବା ଇତ୍ୟାଦି ସାମିଲ ରହିଛି । ସେହିପରି ପ୍ରେସ ଉପରେ କଡ଼ା ସେନସରସିପ, ହଜାର ହଜାର ବିପକ୍ଷୀ ନେତା ତଥା କାର୍ଯ୍ୟକର୍ତ୍ତାଙ୍କୁ ଗିରଫ, ବିନା ମୋକଦ୍ଦମାରେ ଲୋକଙ୍କୁ ବେଆଇନ ଭାବରେ ହେପାଜତରେ ରଖିବା ସହ ନିର୍ଯାତନା ଦେବା ଇତ୍ୟାଦି ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ପ୍ରମୁଖ କାରଣ ହୋଇଥିଲା । ଯାହା ଭାରତୀୟ ସମାଜ ଉପରେ ନେକ ପ୍ରଭାବ ପକାଇଛି ।
ଏହି ନେସନାଲ ଇମରଜେନ୍ସି ଭାରତୀୟ ଲୋକତନ୍ତ୍ରକୁ ଦୋହଲାଇ ଦେଇଥିଲା ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭାରତର ପ୍ରତିଷ୍ଠା ଉପରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହୋଇଥିଲା । ନାଗରିକମାନଙ୍କ ମଧ୍ୟରେ ଏହି ପରିସ୍ଥିତିର ଭୟ ଏବଂ ଅସୁରକ୍ଷାର ମାହୋଲ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା । ଏହାକୁ ପ୍ରତିବାଦ କରାଯିବା ଆଶଙ୍କାରେ ହଜାର ହଜାର ରାଜନେତା, କାର୍ଯ୍ୟକର୍ତ୍ତାଙ୍କ ସମେତ ସାମ୍ବାଦିକ, ଓକିଲ, କଳାକାର ଏବଂ ସାଧାରଣ ନାଗରିକଙ୍କୁ ଗିରଫ କରାଯାଇଥିଲା । ଅକାରଣରେ ସମସ୍ତଙ୍କୁ ମାସ ମାସ ପର୍ଯ୍ୟନ୍ତ ଜେଲରେ ରଖାଯାଇଥିଲା ।