fbpx

ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ବଡ଼ ଆକ୍ସନ: ୨୭୧ ଜଣ ବିଧାୟକ ଓ ସାଂସଦ ସସପେଣ୍ଡ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପାକିସ୍ତାନର ସ୍ଥିତି ଅତ୍ୟନ୍ତ ଜଟିଳ ରହିଛି । ଦେଶରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶଛୁଆଁ ରହିଥିବା ବେଳେ ପାକିସ୍ତାନ ବିଭିନ୍ନ ଦେଶ ତଥା ଅନ୍ତର୍ଜାତୀୟ ସଂଗଠନରୁ ଋଣ ପାଇଁ ନେହୁରା ହେଉଛି । ତେବେ ଏଭଳି ସ୍ଥିତିରେ ପାକିସ୍ତାନରେ ଏକ ବଡ଼ ଘଟଣା ଦେଖିବାକୁ ମିଳିଛି । ଦେଶର ନିର୍ବାଚନ ଆୟୋଗ ୨୭୧ ଜଣ ବିଧାୟକ ଓ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ।

ସୂଚନା ମୁତାବକ, ପ୍ରତ୍ୟେକ ବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ସାଂସଦ, ବିଧାୟକମାନେ ଆର୍ଥିକ ବିବରଣୀ ଦାଖଲ କରିଥାନ୍ତି । ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ସାଂସଦ ଓ ବିଧାୟକଙ୍କୁ ଗତବର୍ଷ ଜୁନ ମାସ ୩୦ ତାରିଖଠାରୁ ଚଳିତ ବର୍ଷ ଜାନୁଆରୀ ମାସ ୧୬ ତାରିଖ ମଧ୍ୟରେ ଆର୍ଥିକ ବିବରଣୀ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସାଂସଦ ଓ ବିଧାୟକଙ୍କ ମାନେ ଆର୍ଥିକ ବିବରଣୀ ଧାର୍ଯ୍ୟ ସମୟ ମଧ୍ୟରେ ଜମା ନକଲେ ସେମାନଙ୍କର ସଦସ୍ୟତା ରଦ୍ଦ କରିଦିଆଯିବ ବୋଲି ସେମାନଙ୍କୁ ଚେତାବନୀ ଦିଆଯାଇଥିଲା । ତେବେ ନ୍ୟାସନାଲ ଆସେମ୍ବଲିର ୧୩୬ ଜଣ ସଦସ୍ୟ, ୨୧ ସିନେଟର ଓ ପ୍ରାନ୍ତୀୟ ଆସେମ୍ବଲିର ୧୧୪ ଜଣ ସଦସ୍ୟଙ୍କୁ ନିଳମ୍ବିତ କରାଯାଇଛି । ତେବେ ଇସିପିଙ୍କ ନୋଟିସ ମୁତାବକ, ପଞ୍ଜାବର ମେମ୍ବର ଅଫ୍ ଦି ପ୍ରୋଭିନ୍ସିଆଲ ଆସେମ୍ବଲି (ଏମପିଏ)ରୁ କୌଣସି ମେମ୍ବରଙ୍କୁ ସସପେଣ୍ଡ କରାଯାଇନାହିଁ । ଅନ୍ୟପକ୍ଷରେ ସିନ୍ଧରୁ ୪୮ ଜଣ ଏମପିଏ, ଖାଇବର ପୋଖଟୁଙ୍ଖୱାରୁ ୫୪ ଜଣ ଓ ବଲୋଚିସ୍ତାନରୁ ୧୨ ଜଣ ନିଲମ୍ବିତ ହୋଇଛନ୍ତି ।

Get real time updates directly on you device, subscribe now.