fbpx

ଭୁବନେଶ୍ୱରରୁ ପୁଣି ବାହାରିଲେ ୨୯୦ ପଜିଟିଭ୍, ଜାଣନ୍ତୁ ସୁସ୍ଥ କେତେ?

ଭୁବନେଶ୍ୱର,୧୧ ।୧୦(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୨୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୨୯୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୯ ଓ ସ୍ଥାନୀୟ ଅଞ୍ଚଳରୁ ୨୧୧ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୩୫୨ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୨୫,୪୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧,୮୯୭ ଜଣ ସୁସ୍ଥ ହୋଇଛନ୍ତି ଓ ୧୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୩,୪୨୯ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

Get real time updates directly on you device, subscribe now.