ବିଶ୍ୱ ମହିଳା ଦିବସରେ ଓଡ଼ିଶାର ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଭେଟି, ଖାତାକୁ ଯିବ ୨ୟ କିସ୍ତି
ମାର୍ଚ୍ଚ ୮ ତାରିଖରେ ମିଳିବ ସୁଭଦ୍ରା କିସ୍ତିର ୨ ପର୍ଯ୍ୟାୟ ଟଙ୍କା
ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୮ ତାରିଖରେ ପାଳନ କରାଯିବ। ଏହି ଅବସରରେ ଓଡ଼ିଶାର ମହିଳାଙ୍କୁ ପ୍ରଦାନ କରାଯିବ ମହିଳା ଦିବସ ଭେଟି। ମିଳିବ ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା।
ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଏହି ଯୋଜନାକୁ ମହିଳାଙ୍କ ପାଇଁ ଆରମ୍ଭ କରିଛନ୍ତି। ଏହି ଯୋଜନା ଅନୁଯାୟୀ, ମହିଳାଙ୍କୁ ବାର୍ଷିକ ୧୦ ହଜାର ଟଙ୍କା କିସ୍ତି ଆକାରରେ ମିଳିବ।
ତେବେ ଗତକାଲି ଯେଉଁମାନଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟ କିସ୍ତି ମିଳିନଥିଲା, ସେମାନଙ୍କୁ ମିଳିଛି। ଆଉ ଯେଉଁମାନେ ସୁଭଦ୍ରାରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କୁ ନେଇ ସର୍ଭେ କରାଯିବ।
ଗତକାଲି ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ଯାଇଛି। ଆସନ୍ତା କାଲି ଅର୍ଥାତ ବିଶ୍ୱ ମହିଳା ଦିବସରେ ୧ କୋଟି ମହିଳାଙ୍କ ବ୍ୟାଙ୍କରେ ଟ୍ରାନ୍ସଫର ଗେବ ୫ ହଜାର ଟଙ୍କା। ୮ ତାରିଖରେ ସୁଭଦ୍ରା ଯୋଜନାର ୨ୟ କିସ୍ତି ଟଙ୍କା ମିଳିବ।