fbpx

ସବୁ ସେବାୟତଙ୍କର ୨ଥର ଲେଖାଏଁ ହେବ କରୋନା ଟେଷ୍ଟ

ଭୁବନେଶ୍ୱର, ୨୪ା୬(ଓଡ଼ିଶା ଭାସ୍କର): ପୁରୀରେ ବାହାଡ଼ୁ ଓ କୋଭିଡ଼ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ବୈଠକ ଶେଷ ହେବା ପରେ ଉନ୍ନୟନ କମିସନର ସୁରେଶ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ଶ୍ରୀମନ୍ଦିର ଓ ପୌରସଂସ୍ଥା କର୍ମଚାରୀ, ସେବାୟତଙ୍କର କରୋନା ଟେଷ୍ଟ କରାଯିବ । ସବୁ ସେବାୟତଙ୍କର ୨ଥର ଲେଖାଏଁ କରୋନା ଟେଷ୍ଟ ହେବ । ସମଗ୍ର ପୁରୀ ସହରକୁ ବିଶୋଧନ ମଧ୍ୟ କରାଯିବ । କୋଭିଡ଼ ନେଗେଟିଭ ସେବାୟତ ହିଁ ନୀଳାଦ୍ରୀ ବିଜେ ଯାଏଁ ନିୟୋଜିତ ହେବେ । ସେପର୍ଯ୍ୟନ୍ତ ସେବାୟତଙ୍କୁ ହୋମ୍ କ୍ୱାରେଣ୍ଟିନରେ ରହିବାକୁ କୁହାଯାଇଛି । ପୁରୀରୁ ପଠାଯାଇଥିବା ନମୁନା ଶୀଘ୍ର ପରୀକ୍ଷା କରିବାକୁ ମଧ୍ୟ କୁହାଯାଇଛିା ଗତକାଲି ଜଣେ ସେବାୟତ ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହିପରି ପଦକ୍ଷେପ ନିଆଯାଇଛି ।
ଏହାସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ ସବୁ ସେବାୟତଙ୍କ ପରିବାରକୁ ମାସ୍କ, ସାନିଟାଇଜର ଦିଆଯିବ । ସେବାୟତଙ୍କ ପରିବାରର ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ୨ଟି ସ୍ୱାସ୍ଥ୍ୟକେନ୍ଦ୍ର ହେବ । କେବଳ କୋଭିଡ଼ ନେଗେଟିଭ୍ ସେବାୟତ ଓ ପୋଲିସ ରଥ ଟାଣିପାରିବେ । ଜିଲ୍ଳାପାଳଙ୍କ ନେତୃତ୍ୱରେ ଗଠିତ ଟିମ୍ କରୋନା ଆଇଇସି ଅଭିଯାନ ଚଳାଇବେ ।

Get real time updates directly on you device, subscribe now.