ଗୁଜରାଟରେ ଭୂକମ୍ପ: ୩.୭ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ଥରିଲା ରାଜ୍ୟ

ନୂଆଦିଲ୍ଲୀ: ପୁଣି ଦେଶରେ ଦେଖିବାକୁ ଭୂକମ୍ପ । ଭୂକମ୍ପରେ ଅଚାନକ ଥରି ଉଠିଛି ଗୁଜରାଟ । ରାଜ୍ୟର ଅମରେଲୀରେ ଭୂକମ୍ପ ଝଟକା ଅନୁଭୂତ ହେବା ସହ ଏହି ସମୟରେ ରିକ୍ଟର ସ୍କେଲରେ ତୀବ୍ରତା ୩.୭ ରହିଥିଲା । ଏହା ପୂର୍ବରୁ ଉତ୍ତର କଶ୍ମୀରରେ ଲଗାତର ଭୂକମ୍ପର ୨ଟି ଝଟକା ଦେଖିବାକୁ ମିଳିଥିଲା । ସେହିପରି ଗତ ଜୁଲାଇ ମାସରେ ଦିଲ୍ଲୀ ନିକଟରେ ଘଣ୍ଟାକ ମଧ୍ୟରେ ୨ ଥର ଭୂକମ୍ପ ଆସିଥିଲା । ସେହି ସମୟରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୪ ତୀବତା ରହିଥିବା ନେଇ ରେକର୍ଡ କରାଯାଇଥିଲା ।