fbpx

Big Breaking; ସମୁଦ୍ର ମଝିରେ ବୁଡ଼ିଗଲା ୩ଟି ଡଙ୍ଗା: ଅଧିକ ମାଛ ଥିବାରୁ ଘଟିଲା ଅଘଟଣ

କେନ୍ଦ୍ରାପଡ଼ା: ସମୁଦ୍ର ମଝିରେ ଘଟିଯାଇଛି ଏକ ବଡ଼ ଅଘଟଣ । ଅତ୍ୟଧିକ ଓଜନ ଯୋଗୁଁ ୩ଟି ମାଛଧରା ଡଙ୍ଗା ମଝି ସମୁଦ୍ରରେ ଓଲଟି ପଡ଼ିଛି । ଏହି ବୋଟରେ ପ୍ରାୟ ୧୬ ଜଣ ମତ୍ସ୍ୟଜୀବୀ ଥିବା ଜାଣିବାକୁ ମିଳିଛି । ଡଙ୍ଗାରେ ଅତ୍ୟଧିକ ମାଛ ବୋଝେଇ ହୋଇ ରହିଥିବାରୁ ଡଙ୍ଗା ପାଣିରେ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଡଙ୍ଗାବୁଡ଼ିର ପ୍ରକୃତ କାରଣ ଜଣା ପଡ଼ିନାହିଁ ।

ସଚନା ଅନୁସାରେ, କେନ୍ଦ୍ରାପଡ଼ା ଅଞ୍ଚଳରେ ସମୁଦ୍ର ଭିତରେ ଏଗ ବଡ଼ ଧରଣର ଅଘଟଣ ଘଟିଯାଇଛି । କିଛି ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ୩ଟି ଡଙ୍ଗା ନେଇ ସମୁଦ୍ର ଭିତରକୁ ଯାଇଥିଲେ । କିନ୍ତୁ ବର୍ତ୍ତମାନ ୩ଟି ଡଙ୍ଗା ପାଣି ଭିତରେ ବୁଡ଼ି ଯାଇଥିବା ସୂଚନା ମିଳିଛି । ଏହି ୩ଟି ଡଙ୍ଗାରେ ପ୍ରାୟ ୧୬ ଜଣ ମତ୍ସ୍ୟଜୀବୀ ଥିବା ଜଣାଯାଇଛି । ତେବେ ଡଙ୍ଗା ବୁଡ଼ିବା ପରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଖୋଜାଖୋଜି ଜାରି ରଖିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୁରାଗ ମିଳିନାହିଁ । ତେବେ ଡଙ୍ଗାରେ ଅତ୍ୟଧିକ ମାଛ ରଖିବାରୁ ଏହାର ଓଜନ ସମ୍ଭାଳି ନ ପାରି ଡଙ୍ଗା ପାଣିରେ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.