fbpx

ପୁଣେ ବିମାନ ଦୁର୍ଘଟଣା: ୨ ଜଣ ପାଇଲଟ୍ ଓ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପୁଣେରୁ ଆସିଛି ଏକ ବଡ଼ ଖବର । ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଏକ ରିପୋର୍ଟରେ କୁହାଯାଇଛି । ଏହି ଦୁର୍ଘଟଣା ଫଳରେ ୨ ଜଣ ପାଇଲଟ ଓ ଜଣେ ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ ଇଞ୍ଜିନିୟର ପ୍ରାଣ ହରାଇଥିବା କୁହାଯାଇଛି । ପୁଣେ ନିକଟରେ ଅଗଷ୍ଟା ୧୦୯ ଛପ୍ପର କ୍ରାସ୍ ହୋଇଥିବା କୁହାଯାଇଛି । ଉକ୍ତ ବିମାନରେ କୌଣସି ଯାତ୍ରୀ ନଥିଲେ । ପୁଣେର ବାବଧନ ବ୍ରୁଦକ ଠାରେ ଏହି ହେଲିକପ୍ଟର କ୍ରାସ୍ ହୋଇଥିବା କୁହାଯାଇଛି ।

ସୂଚନା ମୁତାବକ, ହେଲିକପ୍ଟରଟି ଅକ୍ସଫୋର୍ଡ ଗୋଲ୍ଫ କୋର୍ସ ନିକଟରେ ଉଡ଼ାଣ ଭରିଥିଲା ଓ କିଛି ସମୟ ମଧ୍ୟରେ ତାହା ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଦୁର୍ଘଟଣା ଆଜି ସକାଳ ପାଖାପାଖି ୭.୩୦ ସମୟରେ ହୋଇଥିଲା । ଫଳରେ ଦୁର୍ଘଟଣାରେ ୨ ଜଣ ପାଇଲଟ ଓ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଫାୟର ବ୍ରିଗେଡର ଟିମ୍ ପହଞ୍ଚିବା ସହ ମାମଲାର ଯାଞ୍ଚ ଆରମ୍ଭ କରିଥିଲା । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଅଗଷ୍ଟ ମାସ ୨୪ ତାରିଖରେ ମଧ୍ୟ ପୁଣେରେ ଏକ ଅଘଟଣ ଘଟିଥିଲା । ଏକ ଘରୋଇ କମ୍ପାନୀର ହେଲିକପ୍ଟର କ୍ରାସ ହୋଇଯାଇଥିଲା । ଉକ୍ତ ଦୁର୍ଘଟଣାରେ ୪ ଜଣ ଲୋକ ଆହତ ହୋଇଥିଲେ । ହେଲିକପ୍ଟରଟି ମୁମ୍ବାଇର ଜୁହୁ ଠାରୁ ହାଇଦ୍ରାବାଦ ଅଭିମୂଖେ ଉଡ଼ାଣ ଭରିଥିଲା ।

 

Get real time updates directly on you device, subscribe now.