ନିଶା କଲା ବାଇ; ୧୫ ବର୍ଷର ନାବାଳିକାକୁ ଉପର ଘରକୁ ଟେକି ନେଇ ଗଣ ଦୁଷ୍କର୍ମ କଲେ ମଦ୍ୟପ ଯୁବକ

ଓଡିଶା ଭାସ୍କର; ଭାଇ ସାମ୍ନାରେ ୧୫ ବର୍ଷର ନାବାଳିକା ଭଉଣୀକୁ ଉପର ଘରକୁ ଟେକି ନେଇ ଗଣ ଦୁଷ୍କର୍ମ କଲେ ୩ ଜଣ ମଦ୍ୟପ ବ୍ୟକ୍ତି । ଏଭଳି ଏକ ଚାଞ୍ଚଲ୍ୟକର ଖବର ହାଇଦ୍ରାବାଦର ନନ୍ଦନାବନମ ଅଞ୍ଚଳରୁ ସାମ୍ନାକୁ ଆସିଛି । ହାଇଦ୍ରାବାଦର ନନ୍ଦନାବନମ କଲୋନୀରେ ପୀଡିତାଙ୍କ ଘର ।

ଏକ ଖବର ଅନୁଯାୟୀ, ଗତ ରବିବାର ସକାଳେ ସେ ଆଉ ତାଙ୍କ ଭାଇ ଘରେ ଥିଲେ । ସକାଳ ପ୍ରାୟ ୯ ଟା ୩୦ ସମୟରେ ୩ ଜଣ ମଦ୍ୟପ ଯୁବକ ପୀଡ଼ିତାଙ୍କ ବାସଭବନରେ ଜବରଦସ୍ତ ପ୍ରବେଶ କରିଥିଲେ । ଆଉ ଏହା ପରେ ତାଙ୍କୁ ଏବଂ ତାଙ୍କ ଭାଇଙ୍କୁ ଛୁରୀ ଦେଖାଇ ଧମକ ଦେଇଥିଲେ। ଘର ବାହାରକୁ ସେମାନେ ଭାଇଙ୍କୁ ଠେଲି ଦେଇ ତାଙ୍କୁ ଆକ୍ରମଣ କରିଥିଲେ । ଏହି ସମୟରେ ପୀଡିତାଙ୍କୁ ଉପର ମହଲାକୁ ନେଇ ବଳାତ୍କାର କରିବା ପାଇଁ ସମ୍ପୃକ୍ତ ଯୁବକ ଘେରି ଥିଲେ । ଝିଅଟି ସାହାଯ୍ୟ ପାଇଁ କାନ୍ଦିବା ପରେ ସେମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଏହା ପରେ ପୀଡିତା ଜଣଙ୍କ ସ୍ଥାନୀୟ ଥାନାକୁ ଯାଇ ଏକ ଏତଲା ଦେଇଥିଲେ ।

ପୋଲିସ୍ ଦି ପ୍ରୋଟେକ୍ସନ ଅଫ ଚିଲଡ୍ରେନ ଚାଇଲଡ ଫ୍ରମ ସେକ୍ସୁଆଲ ଅଫେନ୍ସ (ପୋସ୍କୋ) ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରି ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଥିବା ଜଣାଯାଇଛି । ଅନ୍ୟପଟେ ଅଧିକ ସମ୍ପୃକ୍ତି ଥିବା ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ସାତ ଜଣିଆ ପୋଲିସ ଟିମ୍ ଗଠନ କରାଯାଇଛି ବୋଲି ରାଖାକୋଣ୍ଡା ପୋଲିସର ଡେପୁଟି କମିଶନର ବି ସାଇ ଶ୍ରୀ କହିଛନ୍ତି । ପୋଲିସ ଅନ୍ୟ ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏ ନେଇ ଅଧିକ ତଦନ୍ତ ଚାଲିଥିବା ଜଣାପଡିଛି ।