fbpx

+୩ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଜାଣନ୍ତୁ କେବେ ଠାରୁ କରିବେ ଆବେଦନ

Advertisement

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଜୁନ୍ ୩ ତାରିଖରୁ +୩ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିପାରିବେ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛି । +୩ ନାମଲେଖା ପାଇଁ ଆବେଦନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଜୁନ ମାସ ୧୭ ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଅନଲାଇନ୍ ଆବେଦନ କରିପାରିବେ ।

ସେହିପରି କେତେକ ବିଶ୍ୱବିଦ୍ୟାଳୟ ଗୁଡିକରେ ନୂତନ ପାଠ୍ୟକ୍ରମ ସାମିଲ ହୋଇଛି । ଏହି ପାଠ୍ୟକ୍ରମ ଗୁଡିକରେ ଆଡମିଶନ ନେବା ପାଇଁ ୪ଟି ପର୍ଯ୍ୟାୟ ରହିବ । ଏହି ତାଲିକାରେ ଉକ୍ରଳ ବିଶ୍ୱବିଦ୍ୟାଳୟରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ ଏମବିଏ ସହ ଏମସିଏ ନୂଆ ପାଠ୍ୟକ୍ରମ ସାମିଲ କରାଯାଇଛି । ସେହିପରି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୩ ବର୍ଷର ଏଲଏଲବି ଏବଂ ୫ ବର୍ଷର ବିଏ ଏଲଏଲବି ପାଠ୍ୟକ୍ରମ ମଧ୍ୟ ସାମିଲ ହୋଇଛି । ଏହାବ୍ୟତୀତ କଟକ ସ୍ଥିତ ମଧୂସୁଦନ ଆଇନ୍ ବିଶ୍ୱବିଦ୍ୟାଳୟରେ ୩ ବର୍ଷିଆ ଏଲଏଲବି ଓ ୫ ବର୍ଷିଆ ବିଏ ଏଲଏଲବି ନୂଆ ପାଠ୍ୟକ୍ରମ ସାମିଲ ହୋଇଛି । କେବଳ ଏହି ପାଠ୍ୟକ୍ରମ ଗୁଡିକ ୪ଟି ପର୍ଯ୍ୟାୟରେ ଆଡମିସନ କରିପାରିବେ କୁହାଯାଇଛି ।

ଆବେଦନ କରିଥିବା ବିଜ୍ଞପ୍ତିର ପ୍ରଥମ ପର୍ଯ୍ୟାୟ ଜୁନ ମାସ ୨୫ ତାରିଖରେ ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟର ତାଲିକା ଜୁଲାଇ ୫ ଏବଂ ତୃତୀୟ ପର୍ଯ୍ୟାୟ ତାଲିକା ଜୁଲାଇ ୧୫ ଓ ଶେଷ ପର୍ଯ୍ୟାୟର ନାମ ଲେଖା ତାଲିକା ଜୁଲାଇ ମାସର ଶେଷ ୩୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି । ଏଥିସହ ଅଗଷ୍ଟ ପହିଲାରୁ କ୍ଲାସ ଆରମ୍ଭ ହେବ ବୋଲି ଜଣାପଡିଛି ।

Get real time updates directly on you device, subscribe now.