fbpx

ଗଛରୁ ଉଦ୍ଧାର ହେଲା ୩ ଯୁବତୀଙ୍କ ଝୁଲନ୍ତା ମୃତଦେହ: ପୋଲିସର ତଦନ୍ତ ଜାରି

ଝୁଲନ୍ତା ଅବସ୍ଥାରେ ଗଛରୁ ଉଦ୍ଧାର ହେଲା ୩ ଯୁବତୀଙ୍କ ମୃତଦେହ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତୋହରା ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ତୋହରା ଗ୍ରାମର ଜଣେ ବିବାହିତ ମହିଳା ହେମାଲତା ଗୌଡ଼ ଏବଂ ଦୁଇ ଜଣ ନାବାଳିକା ଫୁଲମତି ମାଝୀ ଓ କୌଶଲ୍ୟା ମାଝୀ ଗୋଟିଏ କୁସୁମ ଗଛରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି।

ଶନିବାର ଅପରାହ୍ନ ଚାରିଟା ସମୟରେ ନିଜ ନିଜ ଘରୁ ବାହାରିଥିଲେ ଓ ସନ୍ଧ୍ୟା ଯାଏଁ ଘରକୁ ନ ଫେରିବାରୁ ଘର ଲୋକେ ଖୋଜା ଖୋଜି କରିଥିଲେ ଏବଂ ଗ୍ରାମରୁ କିଛି ଦୂରରେ ଥିବା ଗୋଟିଏ ଗଛରେ ତିନିଜଣ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ ଗ୍ରାମବାସୀ । ତେବେ କେଉଁ କାରଣ ଯୋଗୁଁ ଆତ୍ମହତ୍ୟା କରିଛନତି ଜଣାପଡ଼ିନଥିବା ବେଳେ । ଘଟଣା ବିଷୟରେ ଜଣା ପଡ଼ିବା ପରେ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Get real time updates directly on you device, subscribe now.