fbpx

ଭାଙ୍ଗିଗଲା ସୁନାର ସଂସାର: ସାପ କାମୁଡାରେ 3 ଭଉଣୀ ମୃତ, ବାପା ଗୁରୁତର

3 minor girls die of snake bite in boudh 3 minor girls die of snake bite in boudh

ବୌଦ୍ଧ: ସକାଳୁ ସକାଳୁ ଅଘଟଣ । ଆଖି ଖୋଲିବା ଆଗରୁ ଛାରଖାର ହୋଇଗଲା ପୁରା ପରିବାର । ଦିନରେ ନୂଆ ଖାଇ ରାତିରେ ଏକାସଙ୍ଗେ ଶୋଇଥିଲେ, ହେଲେ ସକାଳୁ ସୂର୍ଯ୍ୟଦୋୟ ଦେଖିବା ପୂର୍ବରୁ ଘଟିଲା ଅଘଟଣ । ସାପ କାମୁଡାରେ 3 ନାବାଳିକା ଭଉଣୀଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଥିବା ସୂଚନା ରହିଛି । ତେବେ ଗୁରୁତର ଅବସ୍ଥାରେ ବାପାକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୈଦ୍ଧ ଜିଲ୍ଲା ଟିକରପଡା ପଞ୍ଚାୟତ ଚରିଆପାଲି ଗାଁରେ ଘଟିଛି ଏହି ଅଘଟଣ ।  ମୃତକ ଭଉଣୀମାନଙ୍କର ବୟସ 13, 12 ଏବଂ 3 ବର୍ଷ ।

ସୂଚନା ଅନୁସାରେ, ଦୁଇ ଝିଅ ହଷ୍ଟେଲରେ ରଖି ପାଠ ପଢୁଥିଲେ । ନୂଆଖାଇ ରହିଥିବାରୁ ସେମାନେ ପରିବାର ସହିତ ସମୟ ବିତାଇବା ପାଇଁ ଘରକୁ ଆସିଥିଲେ । ଖୁସି ଆନନ୍ଦ କରି ରାତିରେ ବିଳମ୍ବରେ ଶୋଇଥିଲେ । ତେବେ ଘରର ମୁରବିଙ୍କୁ ରାତି ଅଧରେ କିଛି କାମୁଡିବା ଭଳି ଅନୁଭବ ହୋଇଥିଲା । ଏହାପରେ ସେ ଉଠିବା ବେଳକୁ ସାପ କାମୁ଼ଡିବା ଜାଣିବାକୁ ପାଇଥିଲେ । ସେତେବେଳକୁ ଝିଅମାନଙ୍କର ମଧ୍ୟ ହୋସ୍ ନଥିଲା । ତେବେ ସେ ହସ୍ପିଟାଲ ନେବା ବଦଳରେ ପ୍ରଥମେ ଗୁଣି ଗାରିଡିର ସାହାଯ୍ୟ ନେଇଥିଲେ । ତେବେ ସେଥିରେ କୈଣସି ସୁଫଳ ନପାଇବାରୁ ସେ ବାଧ୍ୟ ହୋଇ ବୌଦ୍ଧ ହସ୍ପିଟାଲ ନେଇଥିଲେ । ହେଲେ ସେତେବେଳକୁ ଆଖି ବୁଜି ଦେଇଥିଲେ 3 ଭଉଣୀ । ଅନ୍ୟପଟେ ବାପାଙ୍କର ଅବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି । ଏକାସଙ୍ଗେ ନିଜ ପରିବାରକୁ ହରାଇ ଦୁଃଖରେ ଭାଙ୍ଗି ପଡିଛି ମାଆ ।

Get real time updates directly on you device, subscribe now.