କରୋନାର କରାଳ ରୂପ: ବଲାଙ୍ଗୀରରେ ୩ ମାସ ଶିଶୁର ମୃତ୍ୟୁ, ବାଲେଶ୍ୱରରୁ ୧୨ ଶିଶୁ….

ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନାର ସମ୍ଭାବ୍ୟ ୩ୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବେ ବୋଲି କୁହାଯାଉଥିବା ବେଳେ ଏବେଠାରୁ ରାଜ୍ୟରେ ଦୈନିକ ୧୦୦ ପାଖାପାଖି ଶିଶୁ ପଜିଟିଭ୍ ହେଉଛନ୍ତି । ଏହାରି ମଧ୍ୟରେ କରୋନାରେ ଜଣେ ୩ ମାସର ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁକନ୍ୟା ଜଣକ ବଲାଙ୍ଗୀର ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ରାଜ୍ୟରେ ୬୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ଶିଶୁ କରୋନା ପଜିଟିଭ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ଶିଶୁ ଏସଏନସିୟୁରେ ରହି ଚିକିତ୍ସିତ ହେଉଥିବା ବେଳେ ଚିହ୍ନଟ ହୋଇଛନ୍ତି । ଆଉ ୮ ଜଣ ପଜିଟିଭ ଥିବା ପିଲାଙ୍କ ବୟସ ମାସକରୁ ଉର୍ଦ୍ଧ ରହିଛି । ୨ ଜଣ ପିଲଙ୍କୁ ଅଭିଭାବକଙ୍କ ଇଛାରେ କଟକ ରେଫର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସିଡିଏମଓ ଦୁଲାଲସେନ ଜଗଦେବ ।