ଓ୍ୱକଫ୍ ବିଲକୁ ନେଇ ତେଜିଲା ହିଂସା, ବିକ୍ଷୋଭ ବେଳେ ୩ ଜଣଙ୍କର ହତ୍ୟା
ଓ୍ୱକଫ୍ (ସଂଶୋଧନ) ଆଇନ ବିରୋଧରେ ପ୍ରତିବାଦରେ ବାପା-ପୁଅଙ୍କ ସମେତ ୩ ଜଣଙ୍କୁ ହତ୍ୟା କରାଯାଇଛି।
ପଶ୍ଚିମବଙ୍ଗ: ଆଇନରେ ପରିଣତ ହୋଇସାରିଛି ଓ୍ୱକଫ ବିଲ୍। ହେଲେ ଏହି ଓ୍ୱକଫ୍ ବିଲକୁ ନେଇ ହିଂସା ବଢ଼ିବାରେ ଲାଗିଛି। ହୁତୁହୁତୁ ହୋଇ ଜଳୁଛି ପଶ୍ଚିଂବଙ୍ଗର ମୁର୍ଶିଦାବାଦ ଜିଲ୍ଲା। ଆଉ ଏହି ହିଂସା ଏତେ ଭୟଙ୍କର ରୂପ ଧାରଣ କଲାଣି ଯେ, ଏଥିରେ ୩ ଜଣଙ୍କର ମୃତ୍ୟୁ ମଧ୍ୟ ହେଲାଣି।
ହଁ ଶିନାବର ଦିନ ୱାକଫ (ସଂଶୋଧନ) ଆଇନ ବିରୋଧରେ ପ୍ରତିବାଦରେ ବାପା-ପୁଅଙ୍କ ସମେତ ୩ ଜଣଙ୍କୁ ହତ୍ୟା କରାଯାଇଛି। କେବଳ ସେତିକି ନୁହେଁ ଏଥିସହ ଇଣ୍ଟରନେଟ୍ ବନ୍ଦ କରାଯିବା ସହିତ ସମସ୍ତ ପ୍ରକାରର ସମାବେଶକୁ ମଧ୍ୟ ନିଷେଧ କରାଯାଇଛି।
ଓ୍ୱକଫ୍ ବିଲ୍ ହିଂସା: ହଁ ଦେଶରେ ଓ୍ୱକଫ ବିଲ୍ ଆଇନରେ ପରିଣତ ହେବା ପରେ ଦେଖାଦେଇଛି ହିଂସା। ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦରେ ଓ୍ବାକଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି।
ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବିକ୍ଷୋକ୍ଷକାରୀ ଭଙ୍ଗାରୁଜା ସହ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରୁଛନ୍ତି। ଏହାସହିତ ଅନେକ ବଡ଼ ବଡ଼ ଗାଡିକୁ ମଧ୍ୟ ପୋଡି ଧ୍ୱଂସ କରିଦେଇଛନ୍ତି।
ଓ୍ୱକଫ ବିଲ୍ ହିଂସାରେ ହତ୍ୟା: କେବଳ ସେତିକି ନୁହେଁ ଏହି ବିକ୍ଷୋକ୍ଷରେ ୩ ଟି ନିରିହ ଜୀବନ ମଧ୍ୟ ଚାଲିଯାଇଛି। ସମଶରଗଞ୍ଜ ଅଞ୍ଚଳର ଜାଫ୍ରାବାଦର ବାପପୁଅ ହରଗୋବିନ୍ଦ ଦାସ ଓ ଚନ୍ଦନଙ୍କୁ ଛୁରାମାଡ଼ କରି ହତ୍ୟା କରାଯାଇଛି।
ସୂତି ଅଞ୍ଚଳର ସଜୁର ମୋରେଠାରେ ଗୁଳିମାଡ଼ରେ ଗୁରୁତର ୨୧ ବର୍ଷୀୟ ଯୁବକ ଇଜାଜ ମୋମିନ ଶୁକ୍ରବାର ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ଏହି ହିଂସାରେ ୧୫ ଜଣ ପୋଲିସ ମଧ୍ୟ ଆହତ ହୋଇଛନ୍ତି। ବିକ୍ଷୋଭକାରୀ ପୋଲିସ ଗାଡ଼ି ସମେତ ଅନେକ ଗାଡ଼ି ଜାଳି ପ୍ରତିବାଦ କରିଛନ୍ତି।
ଗିରଫ: ସୂଚନାନୁସାରେ, ମୁର୍ଶିଦାବାଦ ହିଂସାରେ ସମ୍ପୃକ୍ତ ୧୧୮ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ଇଣ୍ଟରନେଟ୍ ବନ୍ଦ କରାଯିବା ସହିତ ସମସ୍ତ ପ୍ରକାରର ସମାବେଶକୁ ମଧ୍ୟ ନିଷେଧ କରାଯାଇଛି।
ଅନେକ ଅଞ୍ଚଳରେ ବିଏସ୍ଏଫ୍ ଯବାନଙ୍କୁ ମୁତୟନ କରାଯାଇଛି। ହିଂସାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଡିଜି ରାଜୀବ କୁମାର କହିଛନ୍ତି।
ଏପଟେ ବ୍ୟାପକ ବିରୋଧ ପ୍ରଦର୍ଶନ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଶାନ୍ତି ଏବଂ ସଦ୍ଭାବନା ପାଇଁ ଅପିଲ କରିବା ସହ ତାଙ୍କ ରାଜ୍ୟରେ ନୂତନ ଆଇନ ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।