fbpx

୩ ଜଣଙ୍କ ଉପରେ ଚଡକ ପଡିଲା .. ଚାଲିଗଲା ଜୀବନ

ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ନରେ ବର୍ଷା ହୋଇଥିଲା । ବର୍ଷା ସହ କେତେକ ସ୍ଥାନରେ ବଜ୍ରପାତ ମଧ୍ୟ ହୋଇଥିଲା । ପୂର୍ବରୁ ଏହାକୁ ଚଡକ ପଡିଲା ବୋଲି କୁହଯାଉଥିଲା । ଏହି ଚଡକ ପଡି ୩ ଜଣଙ୍କ ଜୀବନ ହାନି ହୋଇଥିବା ଜଣାପଡିଛି ।

ପାଲଲହଡାରେ ବଜ୍ରପାତରେ ୨ ଯୁବକଙ୍କ ମୃତ୍ୟୁ ଘଟିଛି । ବିଲରେ କାମ କରୁଥିବା ବେଳେ ସେମାନଙ୍କ ଉପରେ ଚଡକ ପଡିଥିଲା । ଫଳରେ ସେହିଠାରେ ହିଁ ସେମାନଙ୍କ ପ୍ରାଣବାୟୁ ଉଡିଯାଇଥିଲା । କରଡାପାଳ ପଞ୍ଚାୟତ ପୁଟୁକାମାଲ ଗାଁରେ ଏହି ଅଘଟଣ ଘଟିଛି ।

ସେହିପରି ରାଇରଙ୍ଗପୁରରେ ମଧ୍ୟ ବଜ୍ରପାତରେ ଜଣେ ନବବଧୂଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘର ଲିପାପୋଛା କରୁଥିବା ବେଳେ ବଜ୍ରପାତରେ ଟଳି ପଡିଥିଲେ । ଏମାନଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.