fbpx

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା: ରାଜ୍ୟରେ ପୂରଣ ହେବ ୩ ହଜାର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ପଦବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମେଡିକାଲ କ୍ଷେତ୍ରରେ ନିଯୁକ୍ତି ପାଇବାକୁ ଆଶାୟୀ ଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ରାଜ୍ୟରେ ପୂରଣ ହେବ ୩ ହଜାର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ପଦବୀ । ରାଜ୍ୟ ବିଧାନସଭାର ଅଧିବେଶନ ଅବସରରେ ଏକ ପ୍ରଶ୍ନର ଉତ୍ତରରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଗାମୀ ଦିନରେ ରାଜ୍ୟରେ ୩ହ ।ଜର ଡାକ୍ତର ଓ ପାରା ମେଡିକାଲ କର୍ମଚାରୀ ନିଯୁକ୍ତି ପାଇବେ ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି, ରାଜ୍ୟରେ ଡାକ୍ତର ଓ ପାରା ମେଡିକାଲ କର୍ମଚାରୀଙ୍କ ଅଭାବ ରହିଛି । ତେଣୁ ନିଯୁକ୍ତି ପ୍ରକ୍ରିୟା ପରେ ବିଭିନ୍ନ ଡାକ୍ତରଖାନାକୁ ଅପଗ୍ରେଡ କରିବା ଦାବିକୁ ବିଚାର କରି ପଦକ୍ଷେପ ଗ୍ରହଣ କରାଯିବ । କବାଟବନ୍ଧ ପିଏଚସିକୁ ସିଏଚସି କରିବା ନେଇ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଦାବି ଉଠାଇଥିବା ବେଳେ ଏନେଇ ବର୍ତ୍ତମାନ ପ୍ରସ୍ତାବ ନଥିବା ମନ୍ତ୍ରୀ କହିଥିଲେ । ସେହିପରି ବୋରିଗୁମ୍ମା ସିଏଚସିକୁ ସବଡିଭିଜନ ମେଡିକାଲ ମାନ୍ୟତା ଦେବା ଉଚିତ ବୋଳି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ । ସେହିପରି ବଡ଼ମ୍ବା ଡାକ୍ତରଖାନାର ସମସ୍ୟା ନେଇ ବିଧାୟକ ବିୟଜ ଦଳବେହେରା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ବଡ଼ମ୍ବା ବିଧାୟକଙ୍କ ଦାବିକୁ ମନ୍ତ୍ରୀ ଗୁରୁତ୍ୱ ଦେବା ସହ ତୁରନ୍ତ ଏହି ସିଏଚସିକୁ ଡିଜି ଦେବା ପାଇଁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେବାକୁ ବିଭାଗକୁ କହିଥିଲେ । ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ଡାକ୍ତରଖାନାରେ ରାତିରେ କେହି ଡାକ୍ତର ଡ୍ୟୁଟି କରୁନଥିବା ନେଇ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ କହିଥିଲେ । ସେହି ଡାକ୍ତରଖାନାରେ ୨୪ ଘଣ୍ଟିଆ ଡାକ୍ତର ଉପସ୍ଥିତ ରହିବା ନେଇ ମନ୍ତ୍ରୀ ଅଫିସର ଗ୍ୟାଲେରୀକୁ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.