ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ଦୁଷ୍କର୍ମ ମାମଲା ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ଲଜ୍ଜିତ ଘଟଣା ସାମ୍ନାକୁ ଆସୁଛି । ଏହାରି ଭିତରେ ଆନ୍ଧ୍ରପ୍ରଦେଶର ତିରୁପତିରୁ ଆଜି ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି । 22ବର୍ଷୀୟ ବ୍ୟକ୍ତି 3 ବର୍ଷର ଛୁଆକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ କେବଳ ଦୁଷ୍କର୍ମ ନୁହେଁ ଏହା ପରେ ହତ୍ୟା ମଧ୍ୟ କରିଥିବା ଜଣାପଡିଛି । ତିରୁପତି ଜିଲ୍ଲାର ନାଗରୀ ନିର୍ବାଚନମଣ୍ଡଳୀରେ ଏହି ଘଟଣା ଘଟିଛି । ଶିଶୁର ସମ୍ପର୍କୀୟ ହିଁ ଏଭଳି କାଣ୍ଡ ଘଟାଇଛନ୍ତି ।
ଶୁକ୍ରବାର ସନ୍ଧ୍ୟାରେ ଅଭିଯୁକ୍ତ ସୁଶାନ୍ତ, ତାଙ୍କ ସାହିର ଶିଶୁକୁ ଚକୋଲେଟ ଲୋଭ ଦେଖାଇଥିଲେ । ଏହାପରେ କ୍ଷେତକୁ ଡାକି ନେଇଥିଲେ । ସେଠାରେ ଦୁଷ୍କର୍ମ କରି ଫିଙ୍ଗିଦେଇଥିଲେ । ତେବେ ପରିବାର ସଦସ୍ୟ ଛୁଆକୁ ନପାରି ଖୋଜାଖୋଜି କରିବା ଆରମ୍ଭ କରିଥିଲେ । ନପାଇବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ ତଦନ୍ତ କରିବା ସମୟରେ ସୁଶାନ୍ତ ସନ୍ଦେହ ଘେରକୁ ଆସିଥିଲା । ତେବେ ପୋଲିସ ହେପାଜତକୁ ନେଇ ପଚରାଉଚରା କରିବା ସମୟରେ ସତ ମାନିଥିଲା ଅଭିଯୁକ୍ତ । ତେବେ କ୍ଷତରୁ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପୁରୁର ଡାକ୍ତରଖାନାକୁ ପଠାଇଛି ପୋଲିସ । ତେବେ ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ପୋଲିସ ସମସ୍ତ ଦିଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ।