୩୧,୪୫୬ ଅଙ୍ଗନବାଡ଼ି କେନ୍ଦ୍ରରେ ନାହିଁ ବିଦ୍ୟୁତ ସଂଯୋଗ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଅଙ୍ଗବାଡ଼ି କେନ୍ଦ୍ରରେ ନାହିଁ ବିଦ୍ୟୁତ ସଂଯୋଗ
ଭୁବନେଶ୍ୱର: ରାଜ୍ୟର ୨୧ ହଜାର ୪୮୬ ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ। ୩୧ ହଜାର ୪୫୬ଟି ଅଙ୍ଗନବାଡ଼ି କେନ୍ଦ୍ରରେ ନାହିଁ ବିଦ୍ୟୁତ ସଂଯୋଗ। ୪୬ ହଜାର ୭୩୬ ଅଙ୍ଗନବାଡ଼ି କେନ୍ଦ୍ରରେ ପାଚେରି ନାହିଁ। ରାଜ୍ୟରେ ସବୁଦାୟ ୭୪ ହଜାର ୧୯୨ଟି ଅଙ୍ଗନବାଡ଼ି କେନ୍ଦ୍ର ଅଛି। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲିଖିତ ଉତ୍ତର ରଖିଛନ୍ତି।
ଅତିଥି ଅଧ୍ୟାପକଙ୍କ ଭରସାରେ ରାଜ୍ୟର ନାମକରା ବିଶ୍ୱବିଦ୍ୟାଳୟ । ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରେ ୯୬୩ ଜଣ ଜଣ ଅତିଥି ଅଧ୍ୟାପକ ପାଠ ପଢାଉଛନ୍ତି । ଏନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ ।
ମିଳିଥିବା ସୂଚନା ମୁତାବକ, ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ର ବିଧାନସଭାରେ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ପଦବୀକୁ ନେଇ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ।