fbpx

ରାଜ୍ୟ ସରକାରଙ୍କ ଆକ୍ସନ: ଶ୍ରୀମନ୍ଦିର କାର୍ଯ୍ୟାଳୟର ୩୨ ଅଧିକାରୀ ଓ କର୍ମଚାରୀ ବିଦା

ପୁରୀ: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ୩୨ ଅଧିକାରୀ ଓ କର୍ମଚାରୀ ବିଦା । ଉଚ୍ଚ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ କ୍ଷେତ୍ର ସହ ରାଜସ୍ବ କ୍ଷେତ୍ରରେ ଅବସର ନେଇଥିବା ୩୨ଜଣ କର୍ମଚାରୀଙ୍କୁ ବିଦା କରିଦିଆଯାଇଛି । ଗତ ୧୦ବର୍ଷ ଭିତରେ ଅନେକ ଅଧିକାରୀ ଅବସର ନେବା ପରେ ତାଙ୍କୁ ଓଏସଡି ଭାବେ ନିଯୁକ୍ତି ଦିଆଯାଇଥିଲା ।

ଏପରିକି ଅନେକ କାର୍ଯ୍ୟ ରେ ମୁଖ୍ୟ ଭୂମିକା ନେଉଥିଲେ ଏବଂ ନିଷ୍ପତ୍ତି ନେଉଥିଲେ । ସେମାନଙ୍କୁ ଅବସର ନେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ । ୩୨ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ବିଦା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ଏହା ସତ୍ତ୍ବେ ଏବେ ବି ନୀତିକାନ୍ତି କ୍ଷେତ୍ରରେ ମଧ୍ୟ ଅବସର ନେଇଥିବା କର୍ମଚାରୀ କାମ କରୁଛନ୍ତି ।

ସୂଚନା ମୁତାବକ, ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପୁନଃ ନିଯୁକ୍ତି ପାଇଥିବା ମୋଟ ୩୨ ଜଣ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ବିଦା କରିଛି ଶ୍ରୀମନ୍ଦିର ପ୍ରଶାସନ। ଗତ ୧୦ ବର୍ଷରେ ଅନେକ ଅଧିକାରୀ ଅବସର ନେବା ପରେ ଓଏସଡି ଭାବେ ମିଳିଥିଲା ପୁନଃ ନିଯୁକ୍ତି ା ଏବେ ଖାଲି ହେବାକୁ ଥିବା ପଦବୀକୁ ଓଡ଼ିଶା ସବୋର୍ଡିନେଟ ଷ୍ଟାଫ କମିଶନ ଜରିଆରେ ପୂରା କରିବାକୁ ସରକାରଙ୍କୁ ସୁପାରିସ ହୋଇଛି।

Get real time updates directly on you device, subscribe now.