fbpx
BSKY
BJD MC SKY
BJD MS SKY

ରେକର୍ଡ କରୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୩,୭୫୦ ସଂକ୍ରମିତ

ନୂଆଦିଲ୍ଲୀ: କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩ ହଜାର ୭୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଏହା ଦୈନିକ ନୂଆ ରେକର୍ଡ କରୁଛି । ସେହ୍ରିପରି ଦେଶରେ ଦିନକରେ ୧୨୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୧ ହଜାର ୮୯୩କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ରହିଛି ୧ ଲକ୍ଷ ୪୫ ହଜାର ୫୮୨ ଓ ସୁସ୍ଥ ହୋଇଛନ୍ତି ୩ କୋଟି ୪୨ ଲକ୍ଷ ୯୫ ହଜାର ୪୦୭ ସଂକ୍ରମିତ ।

ଅନ୍ୟପଟେ ଏବେ ସୁଦ୍ଧା ଦେଶରେ ୧୭୦୦ ମାମଲା କେବଳ ଓମିକ୍ରନର ଚିହ୍ନଟ ହୋଇଛି । ଏଥିମଧ୍ୟରୁ ସର୍ବାଧିକ ମାମଲା ମହାରାଷ୍ଟ୍ର, ଦିଲ୍ଲୀ ଓ କେରଳରୁ ଚିହ୍ନଟ ହୋଇଛି । ସୁଚନାଯୋଗ୍ୟ, ଅଭିନେତା ଜନ୍ ଆବ୍ରାହମ୍ ଓ ତାଙ୍କ ପତ୍ନୀ ପ୍ରିୟା ରୁଞ୍ଚାଲ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.