fbpx

ରାଜ୍ୟରେ ୩,୪୫୭ କୋଟିର ୧୮ଟି ଶିଳ୍ପକୁ SLSWCAର ମଞ୍ଜୁରି: ସୃଷ୍ଟି ହେବ ୧୪ ହଜାର ୪୩୬ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟରେ ୩,୪୫୭ କୋଟିର ୧୮ଟି ଶିଳ୍ପକୁ SLSWCA ପକ୍ଷରୁ ମଞ୍ଜୁରି ମିଳିଛି । ୧୮ ଶିଳ୍ପରେ ପ୍ରାୟ ୧୪ ହଜାର ୪୩୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି । ୧୦ଟି ଶିଳ୍ପ ପାଇଁ ମେକ୍‌ ଇନ୍‌ ଓଡ଼ିଶାରେ ପ୍ରସ୍ତାବ ମିଳିଥିଲା । ଅନ୍ୟ ୨ଟି ଶିଳ୍ପ ପ୍ରକଳ୍ପର ଅନୁମୋଦନ ପାଇଁ ସୁପାରିସ ହୋଇଛି । ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷଙ୍କୁ SLSWCA ସୁପାରିସ କରିଥିବା ସୂଚନା ମିଳିଛି ।

ତେବେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୮ ଶିଳ୍ପକୁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ପାଇଁ ରାଜ୍ୟରେ ୩ ହଜାର ୪୫୭ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ଏହି ନିବେଶ ପରେ ୧୪ ହଜାର ୪୩୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ୧୮ଟି ଶିଳ୍ପ ମଧ୍ୟରୁ ମେକ୍ ଇନ ଓଡ଼ିଶା କନକ୍ଳେଭ ୨୦୨୨ରେ ୧୦ଟି କମ୍ପାନୀ ନିବେଶ ପାଇଁ ପ୍ରସ୍ତାବ ଦେଇଥିଲେ । ୨୦୨୨-୨୩ ବର୍ଷରେ ଓଡ଼ିଶା ଦେଶର ଦ୍ବିତୀୟ ସ୍ଥାନରେ ଥିଲା । ଯେଉଁଠାରେ ଅଧିକରୁ ଅଧିକ ନିବେଶ ପାଇଁ ପ୍ରସ୍ତାବ ଆସିଥିଲା ।

ପୁଞ୍ଜି ବିନିଯୋଗର ଉଦ୍ଦେଶ୍ୟକୁ ବାସ୍ତବତାରେ ପରିଣତ କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ । ମେଟାଲ୍ ଡାଉନଷ୍ଟ୍ରିମିଂ, ଫାର୍ମାସ୍ୟୁଟିକାଲ୍, ଖାଦ୍ୟ ପ୍ରକ୍ରିୟାକରଣ, ସିମେଣ୍ଟ, ଟେକ୍ସଟାଇଲ୍ ଏବଂ ପୋଷାକ, ଆଇଟି, ଇଏସଡିଏମ୍ ଏବଂ ଏଗ୍ରୋ ପ୍ରକ୍ରିୟାକରଣ ପରି ବିଭିନ୍ନ କ୍ଷେତ୍ରଗୁଡିକରେ ନିବେଶ ପାଇଁ ଅନୁମୋଦନ ମିଳିଛି । ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପଗୁଡ଼ିକ ଯାଜପୁର, ଖୋର୍ଦ୍ଧା, କୋରାପୁଟ, କଟକ, ସୁନ୍ଦରଗଡ଼, ଭଦ୍ରକ, ସୋନପୁର, ବଲାଙ୍ଗୀର ଏବଂ ବୌଦ୍ଧ ଜିଲ୍ଲା ସ୍ଥାପନ କରାଯିବ । ମେଟାଲ ସେକ୍ଟରରେ ୯ଟି ପ୍ରକଳ୍ପ, ଏଗ୍ରୋ ଆଣ୍ଡ ଫୁଡ୍ ପ୍ରୋସେସିଂ ସେକ୍ଟରରେ ୫ଟି ପ୍ରୋଜେକ୍ଟ ଏବଂ ଟେକ୍ସଟାଇଲ, ସିମେଣ୍ଟ, ଆଇଟି ଆଣ୍ଡ ଇଏସଡିଏମ ଏବଂ ଫାର୍ମାସ୍ୟୁଟିକାଲ୍ସ ସେକ୍ଟରରେ ଗୋଟିଏ ଲେଖାଏଁ ପ୍ରକଳ୍ପକୁ ଗ୍ରୀନ୍ ସିଗନାଲ ଦିଆଯାଇଛି ।

Get real time updates directly on you device, subscribe now.