fbpx

କମିଶନରେଟ୍‌ ପୋଲିସ୍‌କୁ ବଡ଼ ସଫଳତା: ୩୫ ବର୍ଷ ଧରି ଚକମା ଦେଇ ଖସିଯାଉଥିଲା ହେମନ୍ତ , ଚୋରି କରୁଥିବା ବେଳେ କୁଖ୍ୟାତ୍ ଲୁଟେରାକୁ ଧରିଲା ପୁଲିସ

୫୦୦ଥର ଚୋରି କରି ଚମ୍ପଟ୍ ମାରିଥିଲା କୁଖ୍ୟାତ ଲୁଟେରା ଗିରଫ

କଟକ(ଭାସ୍କର ନ୍ୟୁଜ୍‌): କମିଶନରେଟ୍‌ ପୋଲିସ୍‌କୁ ମିଳିଛି ଏକ ବଡ ସଫଳତା । ଦୀର୍ଘ ୩୫ବର୍ଷ ପରେ କୁଖ୍ୟାତ ଲୁଟେରାକୁ ଧରିବାରେ ସଫଳ ହୋଇଛି । ପେଶାରେ ପୁରା ପ୍ରଫେସନାଲ ଚୋର । ଆଉ ଏହି ବୃତି ଆଜି କାଲିର ନିହେଁ ଦୀର୍ଘ ୩୫ବର୍ଷ ହେଲା ପୋଲିସ୍‌କୁ ଚଖମା ଦେଇ ନିଜ ଚୋରି ସାମ୍ରାଜ୍ୟ ବଡାଇ ଚାଲିଥିଲା କଟକର କୁଖ୍ୟାତ ଲୁଟେରା ହେମନ୍ତ ଦାସ । ସୋମବାର ୩୫ ବର୍ଷ ପରେ କମିଶନରେଟ୍‌ ପୋଲିସ୍‌ ହାତରେ ଧରାପଡିଛି ଏହି କୁଖ୍ୟାତ ଲୁଟେରା ହେମନ୍ତ ଦାସ ।  ରାଜ୍ୟ ବାହାରୁ ବିଭିନ୍ନ ଜାଗାରୁ ଚୋରି କରି ଆସୁଥିଲା । ଇତି ମଧ୍ୟରେ ୫ଶହରୁ ଅଧିକ ଚୋରି କରିସାରିଛି ଏହି କୁଖ୍ୟାତ ଲୁଟେରା। ସମାନ ଡଙ୍ଗରେ କଟକରେ ଏକ ସ୍ଥାନରେ ଚୋରି ଉଦ୍ୟମ ବେଳେ କମିଶନରେଟ୍‌ ପୋଲିସ ହାତରେ ଧରାପଡି ଯାଇଛି ଲୁଟେରା ହେମନ୍ତ ଦାସ ।

୧୯୮୬ ମସିହାରୁ ଆଜି ପର୍ଯ୍ୟନ୍ତ ୫କୋଟିରୁ ଉର୍ଦ୍ଧ ଟଙ୍କାର ଜିନିଷ ଚୋରି କରିଛି ଏହି କୁଖ୍ୟାତ ଚୋର । ହେମନ୍ତ ନାମରେ ଭୁବନେଶ୍ୱର ସମେତ ରାଜ୍ୟ ବାହାରେ ମଧ୍ୟ ବେଶ୍‌ ଚତୁରତାର ସହ ଚୋରି କରୁଥିଲା । ମୁମ୍ବାଇ, ଚେନ୍ନାଇ ଓ ଦିଲ୍ଲୀ ଭଳି ବଡ ବଡ ସହରରେବି ହେମନ୍ତ ନାମରେ ରହିଛି ଲୁଟ୍‌ ମାମଲା । ତେବେ ଏହି ଚୋରି ଟଙ୍କାରେ ଅୟସ କରିଆସୁଥିଲା । ବିଭିନ୍ନ ଯାଗା ବୁଲିବା ସହିତ କଲଗାର୍ଲ ମାନଙ୍କ ପଛରେ ଟଙ୍କା ଉଡାଇ ବେଶ୍‌ ସଉଖିନ୍‌ ଜୀବନ ଯାପନ କରୁଥିଲା କୁଖ୍ୟାତ ଲୁଟେରା ହେମନ୍ତ ଦାସ। ଏହି କୁଖ୍ୟାତ ଲୁଟେରାର ଲୁଟ୍‌ ରାଜ୍‌ ଖୋଲିବା ପରେ ଖୋଦ୍‌ କମିଶନରେଟ୍‌ ପୋଲିସ୍‌ ମଧ୍ୟ ଆଚମ୍ବିତ ହୋଇ ପଡିଛି । ତେବେ ହେମନ୍ତ ଦାସକୁ ଆସନ୍ତା କାଲି କୋର୍ଟ ଫରୱାଡ କରାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.