fbpx
BSKY SKY
BSKY SKY

ତାମିଲନାଡ଼ୁରେ ଜଲ୍ଲୀକଟ୍ଟୁ ବେଳେ ଅଘଟଣ: SIଙ୍କ ସମେତ ୩୬ ଜଣ ଆହତ, ୬ ଜଣଙ୍କ ଅବସ୍ଥା ଗମ୍ଭୀର

BSKY

ନୂଆଦିଲ୍ଲୀ: ତାମିଲନାଡ଼ୁର ମଦୁରେଇର ଅବନିୟାପୁରମଠାରେ ୨୦୨୪ର ସବୁଠାରୁ ବଡ଼ ଜଲ୍ଲୀକଟ୍ଟୁ ଆରମ୍ଭ ହୋଇଯାଇଛି । ଏହାକୁ ଆୟୋଜନ କରିବା ପାଇଁ ୧ ହଜାର ଷଣ୍ଢ ଓ ୬୦୦ ଜଣ ଧରାଳି ପଞ୍ଜିକୃତ ହୋଇଛନ୍ତି । ଜିଲ୍ଲା କଲେକ୍ଟରଙ୍କ ଉପସ୍ଥିତିରେ ଶପଥ ଗ୍ରହଣ ପରେ ସକାଳ ୮ଟା ସମୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ମୋଟ ୮ ରାଉଣ୍ଡରେ ଜଲ୍ଲୀକଟ୍ଟୁ ଆୟୋଜନ କରାଯିବ ।

ପ୍ରତ୍ୟେକ ରାଉଣ୍ଡ ପାଇଁ ୫୦-୭୦ଟି ବଳଦଙ୍କୁ ଛଡ଼ା ଯାଇଥାଏ । ଯେଉଁ ବ୍ୟକ୍ତି ଅଧିକ ବଳଦଙ୍କୁ ଧରିବାରେ ସକ୍ଷମ ହୋଇଥାନ୍ତି ସେ ପରବର୍ତ୍ତୀ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥାନ୍ତି । ତେବେ ଜଲ୍ଲୀକଟ୍ଟୁକୁ ନେଇ ଆସିଛି ଏକ ବଡ଼ ଖବର । ଏହି କାର୍ଯ୍ୟକ୍ରମ ସମୟରେ ଜଣେ ସବ-ଇନ୍ସପେକ୍ଟରଙ୍କ ସମେତ ୩୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗମ୍ଭୀର ରହିଥିବା ବେଳେ ସେମାନଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ସହାୟତା ଯୋଗାଇବା ପାଇଁ ୨୦ଟି ମେଡିକାଲ ଟିମକୁ ମୁତୟନ କରାଯାଇଛି ।

ଆଜି କାର୍ଯ୍ୟକ୍ରମ ସ୍ଥଳରେ ୮୦୦ ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି । ଏହି ଆୟୋଜନରେ ବଳଦକୁ ଆୟତ୍ତ କରୁଥିବା ଲୋକଙ୍କୁ ସିଙ୍ଗ ଧରିବା ଓ ପାଦକୁ ଧରିବାକୁ ଅନୁମତି ନାହିଁ । ଷଣ୍ଢମାନଙ୍କୁ ଧରୁଥିବା ଲୋକଙ୍କ ପାଇଁ ଚିକିତ୍ସା ଶିବିର ଆୟୋଜନ କରାଯାଇଛି । ଯଦି କୌଣସି ଆବଶ୍ୟକତା ପଡ଼ିବ, ତେବେ ସେମାନଙ୍କୁ ମେଡିକାଲ ନେବା ପାଇଁ ଷ୍ଟାଣ୍ଡବାଏ ଆମ୍ବୁଲାନ୍ସ ରଖାଯାଇଛି ।

Get real time updates directly on you device, subscribe now.