fbpx

Western Railwayରେ ୩୬୨୪ଟି ପଦ ଖାଲି: ଦଶମରେ ୫୦ ପ୍ରତିଶତ ମାର୍କ ଜରୁରୀ, ବାହାରିଛି ୧୭ ପ୍ରକାର ଚାକିରି

ସରକାରୀ ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ୱେଷ୍ଟର୍ଣ୍ଣ ରେଲୱେ, ମୁମ୍ବାଇ ପକ୍ଷରୁ ୩୬୨୪ଟି ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଆପ୍ରେଣ୍ଟାଇସ୍ ଭାବେ ବିଭିନ୍ନ ରେଳ ଡିଭିଜନ, ୱାର୍କଶପମାନଙ୍କରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କୁ ଫିଟର, ୱେଲଡର, ପେଣ୍ଟର, ଇଲେକ୍ଟ୍ରିସିଆନ, ପାଇପ ଫିଟର, ପ୍ଲମ୍ବର, ଷ୍ଟେନୋଗ୍ରାଫର, ଟର୍ଣ୍ଣର ଆଦି ୧୭ ପ୍ରକାରର ଚାକିରିରେ ନିଯୁକ୍ତି ଦିଆଯିବ । ଏଥିପାଇଁ ଜୁନ୍ ମାସ ୨୭ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ମାସ ୨୬ ତାରିଖରେ ସମାପ୍ତ ହେବ ।

ସମସ୍ତ ପ୍ରାର୍ଥୀଙ୍କୁ ଆବେଦନ ଫିସ୍ ବାବଦକୁ ୧୦୦ ଟଙ୍କା ଜମା କରିବାକୁ ପଡ଼ିବ । ପ୍ରାର୍ଥୀଙ୍କୁ ଅନଲାଇନ୍ ମୋଡ଼ରେ ପେମେଣ୍ଟ କରିବାକୁ ପଡ଼ିବ । ଅନୁସୂଚିତ ଜାତି (ଏସସି) / ଅନୁସୂଚିତ ଜନଜାତି (ଏସଟି) / ପିଡବ୍ଲ୍ୟୁଡି / ମହିଳା ପ୍ରାର୍ଥୀଙ୍କ ପାଇଁ ଏହି ଫିସ୍ ଛାଡ଼ କରାଯାଇଛି । ପ୍ରାର୍ଥୀ ମାଟ୍ରିକ ପାସ୍ କରିବା ସହିତ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ । ଏଥିସହିତ ଏନସିଭିଟି ଅନୁବନ୍ଧିତ ହୋଇଥିବା ଶିକ୍ଷାନୁଷ୍ଠାନରୁ ପ୍ରାର୍ଥୀ ଯେ କୌଣସି ଟ୍ରେଡରେ ଆଇଟିଆଇ ସାର୍ଟିଫିକେଟ ହାସଲ କରିଥିବା ଜରୁରୀ ।

ବୟସ ଯୋଗ୍ୟତା ୨୦୨୩ ମସିହା ଜୁଲାଇ ମାସ ୨୬ ତାରିଖ ସୁଦ୍ଧା ହିସାବକୁ ନିଆଯିବ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୫ ବର୍ଷ ଓ ସର୍ବାଧିକ ବୟସ ଯୋଗ୍ୟତା ୨୪ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇ ପାରିବେ ।

ଅନଲାଇନ୍ ଆବେଦନ ଲିଙ୍କ: Available on 27.06.2023

ନୋଟିଫିକେସନ ଲିଙ୍କ: https://www.rrc-wr.com/rrwc/Files/1347.pdf

ୱେବସାଇଟ୍ ଲିଙ୍କ: https://www.rrc-wr.com/

Get real time updates directly on you device, subscribe now.