fbpx

ସକାଳୁ ସକାଳୁ ତାତିଲାଣି ଓଡ଼ିଶା: ବାରିପଦାରେ ୩୭ ଡିଗ୍ରୀ ତାପମାତ୍ରା, ଜଳୁଛି ଭୁବନେଶ୍ୱର

ଭୁବନେଶ୍ୱର: ରାତି ପାହିଲେ ତତଲା କଡ଼େଇରେ ସିଝୁଛି ଓଡ଼ିଶା । ସକାଳୁ ସକାଳୁ ଅସହ୍ୟ ଗରମରେ ରଜ୍ୟର ବିଭିନ୍ନ ସହର ଏବେ କଲବଲ ହେଉଛି । ସକାଳ ସାଢ଼େ ୮ଟା ସୁଦ୍ଧା ବାରିପଦା ସବୁଠାରୁ ଉତ୍ତପ୍ତ ସହର ଭାବରେ ରେକର୍ଡ କରାଯାଇଛି । ସକାଳ ୮.୩୦ ସୁଦ୍ଧା ବାରିପଦାର ତାପମାତ୍ରା ୩୭ ଡିଗ୍ରୀ ଅତିକ୍ରମ କରିବା ସହ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଏହାବ୍ୟତୀତ ବଲାଙ୍ଗୀରରେ ୩୫.୪, ଭଦ୍ରକରେ ୩୫ ଏବଂ ଯାଜପୁରରେ ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭବାନୀପାଟଣା ଓ ଝାରସୁଗୁଡ଼ାରେ ତାପମାତ୍ରା ୩୪.୪ ଡିଗ୍ରୀ ରହିଥିବା ବେଳେ କେନ୍ଦୁଝର-କଟର ତାପମାତ୍ରା ୩୪ ରହିଛି । ତେବେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇ ୩୨.୬ ଡିଗ୍ରୀରେ ଅଟକିଛି ।

Get real time updates directly on you device, subscribe now.