fbpx

ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର, ୧୦ ଗ୍ରାମ ପିଛା ଟପିଲା ୭୫ ହଜାର

ନୂଆଦିଲ୍ଲୀ: ଦେଶରେ ତଥା ବିଦେଶରେ ସୁନା ଦର କ୍ରମାଗତ ଭାବେ ବଢିବାରେ ଲାଗିଛି । ଇସ୍ରାଏଲ ଏବଂ ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱ ସୁନା ବଜାରରେ ସୁନା-ରୂପା ଦର ବୃଦ୍ଧି ଘଟିଛି । ଗତକାଲି ଘରୋଇ ବଜାରରେ ୧୦ ଗ୍ରାମ ପିଛା ସୁନା ଦର ୭୫ ହଜାର ଟଙ୍କା ଅତିକ୍ରମ କରି ନୂଆ ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି । ତେବେ ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୭୫ ହଜାର ୨୫୦ ଟଙ୍କା, ରୂପା ୬୮ ହଜାର ଟଙ୍କା ସ୍ତର ବୃଦ୍ଧି ଘଟିଛି ।

ରୂପା ମୂଲ୍ୟ କିଲୋଗ୍ରାମ ପିଛା ପୂର୍ବ ଭଳି ସର୍ବାଧିକ ୮୮,୦୦୦ ଟଙ୍କା ସ୍ତରରେ ରହିଛି । ବଜାରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୮ ହଜାର ଟଙ୍କା ଅତିକ୍ରମ କରି ନୂଆ ରେକର୍ଡ ସୃଷ୍ଟି କରିଛି । ଚଳିତ ବର୍ଷ ସୁନା ଦର ପ୍ରାୟ ୧୦ ହଜାର ଟଙ୍କା ବୃଦ୍ଧି ଘଟିବା ବେଳେ ରୂପା ମୂଲ୍ୟ ୫୦୦୦ ଟଙ୍କା ବୃଦ୍ଧି ଘଟିଛି ।

Get real time updates directly on you device, subscribe now.