fbpx

‘ମୋ ପ୍ରିୟ ୱାୟନାଡରେ..’, ଶିଶୁର ଏହି ଚିଠିକୁ ପଢି ଭାବବିହ୍ୱଳ ହେଲେ ସେନା, ଲେଖିଲେ ଏହି କଥା

ନୂଆଦିଲ୍ଲୀ: କେରଳର ୱାୟନାଡ ଭୂସ୍ଖଳନରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । ୱାୟନାଡରୁ ଆସୁଥିବା ଲୋମ ଟାଙ୍କୁରି ଉଠୁଥିବା ଫଟୋ ମଧ୍ୟରେ ଏକ ଏଭଳି ଫଟୋ ସାମ୍ନାକୁ ଆସିଛି ଯାହା ଆଶ୍ୱସ୍ତିକର ଅଟେ । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ତୃତୀୟ ଶ୍ରେଣୀରେ ପଢୁଥିବା ଏକ ଛାତ୍ରର ଅଟେ, ଯିଏ ସେନାଙ୍କୁ ଲେଖିଥିବା ଏକ ଚିଠି ଅଟେ ।
କେରଳର ଏକ ସ୍କୁଲରେ ତୃତୀୟ ଶ୍ରେଣୀରେ ପଢୁଥିବା ରେୟାନ ଯବାନଙ୍କୁ ଏହି ଚିଠି ମାଲାୟାଲମ୍ ଭାଷାରେ ଲେଖିଛି । ସେନା ମଧ୍ୟ ରେୟାନଙ୍କ ଏହି ଚିଠିର ଉତ୍ତର ଦେଇଛନ୍ତି । ସୋସିଆଲ ମିଡିଆରେ

ଭାଇରାଲ ଏହି ଲେଟର ଏବଂ ସେନାଙ୍କ ଉତ୍ତର ଦେବାକୁ ନେଇ ୟୁଜର୍ସ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଅନେକ ୟୁଜର୍ସ ଲେଖିଛନ୍ତି ଯେ, ବିପଦ ସମୟରେ ଏହି ଫଟୋକୁ ଦେଖିବା ଅନେକ ଖୁସି ଦେଇଛି ।
ରେୟାନ ଏହି ଚିଠିରେ ଲେଖିଛନ୍ତି ଯେ, ପ୍ରିୟ ଭାରତୀୟ ସେନା, ମୋ ପ୍ରିୟ ୱାୟନାଡରେ ଭୂସ୍ଖଳନ ଘଟିଛି । ଏଥିରେ ଫସିଥିବା ଲୋକଙ୍କୁ ଆପଣ ଉଦ୍ଧାର କରୁଥିବା ଦେଖି ମୁଁ ଗର୍ବିତ ଅନୁଭବ କରି ଖୁସି ହେଲି । ଏକ ଭିଡିଓରେ ଆପଣମାନେ ଭୋକକୁ ମେଣ୍ଟାଇବା ପାଇଁ ବିସ୍କୁଟ ଖାଉଛନ୍ତି ଏବଂ ପୁଲ ନିର୍ମାଣ କରୁଛନ୍ତି । ଏହି ଦୃଶ୍ୟ ମୋତେ ବହୁତ ପ୍ରଭାବିତ କରିବା ସହ ପ୍ରେରଣା ଦେଇଛି । ମୁଁ ବି ଦିନେ ଭାରତୀୟ ସେନାରେ ସାମିଲ ହୋଇ ନିଜ ଦେଶର ରକ୍ଷା କରିବି ।

ଭାରତୀୟ ସେନା ରେୟାନଙ୍କ ଚିଠିକୁ ସୋସିଆଲ ମିଡିଆରେ ଏକ୍ସରେ ସେୟାର କରିଛନ୍ତି । ଲେଟରକୁ ସେୟାର କରି ଲେଖାଯାଇଛି ଯେ, ପ୍ରିୟ ରେୟାନ, ତୁମ ହୃଦୟରୁ ବାହାରିଥିବା ଶବ୍ଦ ଆମ୍ଭମାନଙ୍କ ହୃଦୟକୁ ଛୁଇଁଛି । ବିପଦ ସମୟରେ ଆଶାର ଆଲୋକ ହେବା ଏବଂ ଆପଣଙ୍କ ଏହି ଚିଠି, ଏହି ମିଶନକୁ ନିଶ୍ଚିତ କରୁଛି । ଆମେ ସେହି ଦିନକୁ ଅପେକ୍ଷା କରିଛୁ, ଯେଉଁଦିନ ଆପଣ ସେନାର ୟୁନିଫର୍ମ ପିନ୍ଧି ଆମ ସହ ଠିଆ ହେବେ । ଆମେ ଏକ ସାଙ୍ଗରେ ହୋଇ ଛିଡା ହୋଇ ଦେଶ ପାଇଁ କାମ କରିବା ।

Get real time updates directly on you device, subscribe now.