fbpx

ରାଜଧାନୀର ବାରରେ ଚଢ଼ାଉ, ୪ ସିଲ୍

ଭୁବନେଶ୍ୱର, ୧୩ା୧୨ (ଓଡିଶା ଭାସ୍କର): କୋଭିଡ୍ ନିୟମ ଉଲ୍ଲଂଘନ କରି ଚାଲୁଥିବା ରାଜଧାନୀର ବିଭିନ୍ନ ବାର୍ ଓ ରେଷ୍ଟୁରାଣ୍ଟରେ ଚଢ଼ାଉ କରାଯାଇଛି । କମିଶନରେଟ୍ ପୋଲିସ ପକ୍ଷରୁ ଏହି ଚଢ଼ାଉ କରାଯାଇ ଜରିମାନା ଆଦାୟ କରାଯାଇଛି ।

ଶନିବାର ରାତିରେ ବିଭିନ୍ନ ବାରରେ ଚଢ଼ାଉ କରାଯାଇଥିଲା । ବାର କର୍ମଚାରୀ ଓ ଗ୍ରାହକଙ୍କଠାରୁ ମଧ୍ୟ ଜରିମାନା ଆଦାୟ କରାଯାଇଛି । କୋଭିଡ୍ ନିୟମ ଉଲ୍ଲଂଘନ କରିଥିବାରୁ ଏହି ବାରଗୁଡ଼ିକୁ ସିଲ୍ କରିବା ପାଇଁ ଅବକାରୀ ବିଭାଗକୁ କମିଶନରେଟ୍ ପୋଲିସ ପକ୍ଷରୁ ଚିଠି ଲେଖାଯିବ । ୪ଟି ବାର ସିଲ୍ କରାଯାଇଥିବା ଜଣାଯାଇଛି । ସେହିପରି ସହିଦନଗର, ଖଣ୍ଡଗିରି, ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ବାରମାନଙ୍କରେ ପୋଲିସ ରେଡ୍ କରି ଜରିମାନା ଆଦାୟ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.