fbpx

୪ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍ଡଲାଇନ୍

Advertisement

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ତମାଣ୍ଡୋରୁ ୪ ଜଣ ଶିଶୁଙ୍କୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍ । ଏକ ଗଛ ତଳେ ବସିଥିବା ବେଳେ ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ୪ ଶିଶୁଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କରାଯାଇଥିବା ଶିଶୁଙ୍କ ମଧ୍ୟରେ ୩ ଜଣ ବାଳିକା ଏବଂ ଜଣେ ୬ ବର୍ଷର ବାଳକ ରହିଛି । ୩ ବାଳିକାଙ୍କ ବୟସ ୧୦, ୮ ଓ ୩ ବୋଲି ଜଣାପଡିଛି ।
ଏମ୍ସ ହସ୍ପିଟାଲ ନିକଟରେ ରହୁଥିବା ଏହି ୪ ଶିଶୁଙ୍କ ମା ୮ ମାସ ତଳୁ ଏମାନଙ୍କୁ ଛାଡି ଚାଲିଯାଇଥିଲା । ୪ ଶିଶୁଙ୍କ ପିତା ଜଣକ ମଦ୍ୟପ ହୋଇଥିବା ବେଳେ ସେ ଏକ ପଥର ଫ୍ୟାକ୍ଟ୍ରିରେ କାମ କରନ୍ତି । ତେବେ ସେ ବିଗତ ୩ ଦିନ ହେବ ଘରକୁ ଆସିନାହାନ୍ତି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ଶିଶୁ ମାନଙ୍କୁ ଉଦ୍ଧାର କରିଥିଲେ । ୩ ଝିଅଙ୍କୁ ଭିଜେଲଏସଏସ ଓପନ ସେଲ୍ଟରରେ ରଖା ଯାଇଥିବା ବେଳେ ପୁଅଟିକୁ ରୁଚିକା ଓପନ ସେଲ୍ଟରରେ ରଖାଯାଇଛି ।

Get real time updates directly on you device, subscribe now.