fbpx

ଅକ୍ସିଜେନ୍ ଅଭାବରୁ ଚାଲିଗଲା ୪ କରୋନା ରୋଗୀଙ୍କ ଜୀବନ

Advertisement

ଗୁରୁଗ୍ରାମ,୨୫ ।୪ : ସାରା ଦେଶରେ ପୁଣିଥରେ ସକ୍ରିୟ ହେବାରେ ଲାଗିଛି କରୋନା ମହାମାରୀ । କରୋନା ସାଙ୍ଗକୁ ଅକ୍ସିଜେନ୍ ଅଭାବରୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପୁଣି ଅକ୍ସିଜେନ୍ ଅଭାବରୁ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଠିକ୍ ସମୟରେ ଅକ୍ସିଜେନ୍ ନମିଳିବାରୁ ୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ ।

ତେବେ ଆଜି ସକାଳୁ ଗୁରୁଗ୍ରାମର ଏକ ହସ୍ପିଟାଲରେ ଅକ୍ସିଜେନ୍ ସରିଯାଇଥିଲା । ଯେଉଁଥିପାଇଁ ୪ ଜଣ ରୋଗୀଙ୍କର ଅକାଳରେ ମୃତ୍ୟୁ ହୋଇଛି । ପ୍ରଶାସନର ଅବହେଳା ପାଇଁ ଏଭଳି ଘଟଣା ଘଟିଲା ବୋଲି ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଏହା ପୂର୍ବରୁ ଦିଲ୍ଲୀର ଜୟପୁର ଗୋଲ୍ଡନ ମେଡିକାଲରେ ଅକ୍ସିଜେନ ଅଭାବରୁ ୨୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.