fbpx

ତଳ କୋର୍ଟରେ ପଡ଼ିରହିଛି ୪ କୋଟି କେସ୍, ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ କେବଳ ୨୦ ବିଚାରପତି: ଚିଫ୍ ଜଷ୍ଟିସ ଏନ ଭି ରମଣା

Advertisement

ନୂଆଦିଲ୍ଲୀ: ଶନିବାର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଏବଂ ହାଇକୋର୍ଟର ଚିଫ୍ ଜଷ୍ଟିସଙ୍କ ମିଳିତ ସମ୍ମିଳନୀରେ ପରେ ଭାରତର ମୁଖ୍ୟ ବିଚାରପତି ଏକ ପ୍ରେସ କନ୍ଫରେନ୍ସରେ କହିଛନ୍ତି ଯେ ଦେଶରେ ତଳ କୋର୍ଟ ରେ ୪ କୋଟିରୁ ଅଧିକ କେସ ପଡ଼ିରହିଛି । ମୁଖ୍ୟ ବିଚାରପତି କହିଛନ୍ତି ଯେ ଅଦାଲତରେ ପଡ଼ି ରହଥିବା ଲମ୍ବା ମାମଲାକୁ ଶେଷ କରିବା ପାଇଁ ବିଚାରପତିଙ୍କ ମଧ୍ୟ ଅଭାବ ରହିଛି ।

ମୁଖ୍ୟ ବିଚାରପତି କହିଛନ୍ତି ଯେ ଦେଶରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟା ପାଇଁ ୨୦ ବିଚାରପତି ରହିଛନ୍ତି ଯାହା ବଢ଼ୁଥିବା ମକଦ୍ଦମାକୁ ସମାଧାନ କରିବା ପାଇଁ କମ୍ । ଦେଶରେ ତଳ କୋର୍ଟରେ ନ୍ୟାୟିକ ଅଧିକାରୀଙ୍କ ପାଇଁ ୨୪,୦୦୦ ସ୍ୱୀକୃତ ପଦ ମଧ୍ୟରୁ ଅନେକ ପୋଷ୍ଟ ଏବେବି ଖାଲି ରହିଛି ।

ସେହପରି ମୁଖ୍ୟ ବିଚାରପତି ଅଦାଲତରେ ଜରୁରୀ ନଥିବା ଯାଚିକା ଦାଖଲ କରାଯିବା ଉପରେ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଜନହିତ ପାଇଁ ହେଉଥିବା ମକଦ୍ଦମା ଏବେ ଅନେକଙ୍କ ବ୍ୟକ୍ତିଗତ ସ୍ୱାର୍ଥ ମକଦ୍ଦମାରେ ପରିଣତ ହୋଇଛି । ବେଳେବେଳେ ପ୍ରକଳ୍ପକୁ ରୋକିବା ପାଇଁ କିମ୍ବା ସରକାରୀ ଅଧିକାରୀଙ୍କ ଉପରେ ଚାପ ପକାଇବାକୁ ଏହାର ବ୍ୟବହାର କରାଯାଉଛି ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ମିଳନୀରେ ସମ୍ବିଧାନର ସଂରକ୍ଷକଙ୍କ ଭାବରେ ନ୍ୟାୟପାଳିକାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରତିଛନ୍ତି । ଏହା ସହ ସେ କହିଥିଲେ ଯେ ଅଦାଲତର କାର୍ଯ୍ୟକ୍ରମ ସ୍ଥାନୀୟ ଭାଷାରେ ହେବା ଦରକାର ଫଳରେ ଜନତା ନ୍ୟାୟିକ ବ୍ୟବସ୍ଥା ଜଡ଼ିତ ହେବେ ।

Get real time updates directly on you device, subscribe now.