ନିର୍ବାଚନକୁ ଆଉ ୪ ଦିନ, ଆପ୍ ଛାଡ଼ି ବିଜେପିରେ ୮ ବିଧାୟକ

ଆପ୍ ମୁଖିଆଙ୍କୁ ବଡ଼ ଝଟକା। ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଲେ ଆପ୍ ବିଧାୟକ। ଏଥର ଦିଲ୍ଲୀରେ ଦେଖିବାକୁ ମିଳିବ କଡ଼ା ଟକ୍କର। ଆପକୁ ପରାଜିତ କରିବାକୁ ବିଜେପିର ରଣନୀତି।

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପକୁ ବଡ଼ ଝଟକା। ଝାଡ଼ୁ ଛାଡ଼ି ଏବେ ପଦ୍ମ ପ୍ରେମରେ ପଡ଼ିଛନ୍ତି ଦଳୀୟ ବିଧାୟକ ଓ ନେତା। ସେଥିପାଇଁ ତ ଗତକାଲି ଆପରୁ ଇସ୍ତଫା ଦେଇଥିବା ସମସ୍ତ ୮ ଜଣ ବିଧାୟକ ବିଜେପିରେ ମିଶିଛନ୍ତି।

ଇସ୍ତଫା ଦେବାର ୨୪ ଘଣ୍ଟା ନପୁରୁଣୁ ବିଜେପି ଶିବିରରେ ଯାଇ ସାମିଲ ହୋଇଛନ୍ତି। ଏଥିରୁ ଜଣାପଡୁଛି ଦିଲ୍ଲୀରେ ଏଥର ବିଧାନସଭା ନିର୍ବାଚନ ବେଶ ଟକ୍କର ହେବ। କାହିଁକି ନା ଏବେ ଦଳୀୟ ନେତା ମନ୍ତ୍ରୀମାନେ ଏବେ ଆପ ପାଖରୁ ମୁହଁ ବୁଲେଇବା ଆରମ୍ଭ କଲେଣି।

ପ୍ରଭାରୀଙ୍କ ଉପସ୍ଥିତିରେ ପଦ୍ମ ଧରିଲେ: ତେବେ ଦିଲ୍ଲୀ ନିର୍ବାଚନ ଏବେ ବେଶ ସରଗରମ ହେବାରେ ଲାଗିଛି। ଗତ କାଲି ସଂଧ୍ୟାରେ ଆପରୁ ଇସ୍ତଫା ଦେଇଥିବା ବିଧାୟକ ଏବେ ବିଜେପିରେ ମିଶିଛନ୍ତି। ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସମସ୍ତ ୮ଜଣ ବିଧାୟକ ପଦ୍ମ ଧରିଛନ୍ତି।

ଏଥିରୁ ଜଣାପଡୁଛି ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ଆଉ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇପାରେ। ଯେହେତୁ ଆପ ନେତା ଦଳ ଛାଡୁଛନ୍ତି ତେଣୁ ଲୋକସଭା ନିର୍ବାଚନ ପରି ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ବି ସସପେନ୍ସ ଆଣିପାରେ।

ଆପ ନାଁରେ ଦୁର୍ନୀତି ଅଭିଯୋଗ: ଯଦି ଦେଖିବା ଦଳ ଛାଡ଼ିଥିବା ବିଧାୟକ ଆପ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ। ଆପରେ ଦୁର୍ନୀତି ଚାଲିଛି ବୋଲି କହିଥିଲେ ବିଧାୟକ।

ପୂର୍ବରୁ ଯେଉଁ ଆରୋପରେ ଆପ ମୁଖିଆ ଅରବିନ୍ଦ କେଜ୍ରିଓ୍ୱାଲ ଜେଲ୍ ଯାଇଥିଲେ। ଏବେ ସେହି ଆରୋପ ଆଣିଛନ୍ତି ଦଳ ଛାଡିଥିବା ବିଧାୟକ। ତେଣୁ ଏହି ସମୟର ଫାଇଦା ଉଠାଇବାକୁ ଚାହିଁଚି ବିଜେପି। ଆଉ ଆପର ନେତାଙ୍କୁ ନିଜ ଶିବିରରେ ସାମିଲ କରିଛି।