ଏ ବର୍ଷ ମାଡ଼ ଖାଇଯିବ କି ରଥଯାତ୍ରା! ଆସନ୍ତା ୪ ଦିନ ପ୍ରବଳ ବର୍ଷୀବ

ଭୁବନେଶ୍ୱର: ଆଗାମୀ ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ । ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ।

ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବର୍ଷା ସାଙ୍ଗକୁ ଦ୍ରୁତ ପବନ ଏବଂ ବଜ୍ରପାତ, ଘଡ଼ଘଡ଼ି ସହିତ ଝଡ଼ ବର୍ଷାର ସମ୍ଭାବନା ଥିବା କୁହାଯାଉଛି ।

୨୮ ପର୍ଯ୍ୟନ୍ତ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଶୁକ୍ରବାର ଅର୍ଥାତ୍ ୨୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଅଛି ।

ରଥଯାତ୍ରାରେ ବର୍ଷା ହେବା ନେଇ ଅଶଙ୍କା ଉପୁଜିଛି । ବର୍ଷା ଯୋଗୁ ଯାତ୍ରାକୁ ଆସିଥିବା ଭକ୍ତ ପ୍ରଭାବିତ ହେବେ ବୋଲି କୁହାଯାଉଛି ।

ଅନ୍ୟପଟେ ବର୍ଷାକୁ ଲକ୍ଷ୍ୟ କରି ଯାତ୍ରାରେ ଭକ୍ତଙ୍କ ସଂଖ୍ୟା କମିବ ବୋଲି କୁହାଯାଉଛି ।