fbpx

ରେଳ ଧାରଣାରୁ ମିଳିଲା ୪ ମୃତ ଦେହ, ମୃତକଙ୍କ ମଧ୍ୟରେ ୨ ଶିଶୁ

ଓଡ଼ିଶା ଭାସ୍କର: ରେଳ ଟ୍ରାକରୁ ମିଳିଲା ୪ ଜଣଙ୍କ ମୃତ ଦେହ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତ ବିମଳାଗଡ଼ କରିବୁରୁ ରେଳ ଟ୍ରାକ୍ ପାଖରେ ।  ୨ଟି ମୃତଦେହକୁ ଅଖା ଭିତରେ ସିଲ୍ କରାଯାଇଥିବା ବେଳେ ଆଉ ୨ଟି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡ଼ିରହିଛି । ତେବେ ରେଳ ଟ୍ରାକରେ ପଡ଼ି ରହିଥିବା ୪ ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି ।  ଟ୍ରାକରେ୧୫ ମିଟର ଦୂରରେ ମୃତ ଦେହ ପଡ଼ିଥିବାର ଜଣ ପଡ଼ିଛି । ତେଣୁ ୪ ଜଣଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଟ୍ରାକରେ ମୃତଦେହ ଠାବ ହେବା ପରେ ଡିଏସପି ରାକେଶ ମିଞ୍ଜ, ଜିଆରପି ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ଅଧିକ ତଦନ୍ତ ପାଇଁ ଫରେନସିକ୍ ଟିମକୁ ଘଟଣାସ୍ଥଳକୁ ଡକାଯାଇଛି ।

Get real time updates directly on you device, subscribe now.