fbpx

ମହିଳାଙ୍କୁ ଗଣଦୁଷ୍କର୍ମ କଲେ ୪ ଡେଲିଭରି ବୟ

Advertisement

ନୂଆଦିଲ୍ଲୀ,୪ ।୧୦: ଦିଲ୍ଲୀ ନିକଟସ୍ଥ ଗୁରଗାଓଁରେ ୩୨ ବର୍ଷୀୟ ଜଣେ ମହିଳାଙ୍କ ସହିତ ୪ଜଣ ଯୁବକ ଗଣଦୁଷ୍କର୍ମ କରିଛନ୍ତି । ଏହି ଘଟଣା ପରେ ଅଭିଯୁକ୍ତମାନେ ମହିଳାଙ୍କୁ ମାଡ ମଧ୍ୟ ମାରିଥିଲେ, ଫଳରେ ପୀଡିତା ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ପୀଡିତାଙ୍କୁ ଚିକିତ୍ସା କରିବା ପାଇଁ ପୂର୍ବରୁ ସ୍ଥାନୀ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, କିନ୍ତୁ ମହିଳାଙ୍କ ସ୍ଥିତି ଖରାପ କରିବା ପରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ପଠାଯାଇଛି ।

ତେବେ ପୋଲିସର କହିବା ଅନୁସାରେ, ଏହି ଘଟଣା ସହରର ଡିଏଲଏଫ ଫେଜ-୨ରେ ହୋଇଛି । ଗୁରଗାଓଁ ପୋଲିସ ଏହି ମାମଲାରେ ତୁରନ୍ତ ୪ ଅଭିଯୁକ୍ତକୁ ଗିରଫ କରିନେଇଛି । ୪ ଅଭିଯୁକ୍ତ ଫୁଡ୍ ଡେଲିଭରୀ କମ୍ପାନୀରେ ଡେଲିଭରି ବୟ ଭାବରେ କାମ କରନ୍ତି । ପୋଲିସ ଦ୍ୱାରା ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ନାଁ ହେଉଛି ପଙ୍କଜ, ପୱନ, ରଞ୍ଜନ ଓ ଗୋବିନ୍ଦ ଅଟେ ।

Get real time updates directly on you device, subscribe now.