ନୂଆବର୍ଷ ୨୦୨୫ରେ କେତୋଟି ଲାଗିବ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ? ଏବେଠାରୁ ଜାଣିନିଅନ୍ତୁ ତାରିଖ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ନୂଆବର୍ଷ । ନୂଆବର୍ଷ ଲୋକଙ୍କ ଜୀବନରେ ଆନନ୍ଦ ଏବଂ ଉତ୍ସାହକୁ ନେଇ ଆସିଥାଏ । ତେବେ ୨୦୨୫ରେ ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ରଙ୍କ ଚଳନ ସାରା ଦୁନିଆକୁ ଦୁଇଟି ଚନ୍ଦ୍ରଗ୍ରହଣ ଏବଂ ଦୁଇଟି ସୂର୍ଯ୍ୟ ପରାଗ ଲାଗିବ। ପାଞ୍ଜିକାରମାନେ ଏହାର ପୂର୍ବାନୁମାନ କରିଛନ୍ତି ଯେ, ଏଥର ଭାରତରେ ମାତ୍ର ଗୋଟିଏ ଗ୍ରହଣ ଲାଗିବ ।

ପାଞ୍ଜିକାରମାନଙ୍କ ଅନୁଯାୟୀ, ନୂଆବର୍ଷରେ ୧୪ ମାର୍ଚ୍ଚରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଏହା ଏହା ଭାରତରେ ଦେଖାଯିବ ନାହିଁ । ଏହି ଗ୍ରହଣ ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଅଫ୍ରିକା ଏବଂ ଉତ୍ତର-ଦକ୍ଷିଣ ଆଣ୍ଟଲାଟିକ ମହାସାଗରରେ ଲାଗିବ। ଏଥିସହ ୨୯ ମାର୍ଚ୍ଚରେ ଆଂଶିକ ସୂର୍ଯ୍ୟପରାଗ ଲାଗିବ। ଏହି ପରାଗ ଭାରତରେ ଲାଗିବ ନାହିଁ । ଏହା ଉତ୍ତର ଆମେରିକା, ଗ୍ରୀନଲ୍ୟାଣ୍ଡ, ଆଇସ ଲ୍ୟାଣ୍ଡ, ଉତ୍ତର ଅଣ୍ଟାଲାଟିକ ମହାସାଗର, ସଂପୂର୍ଣ୍ଣ ୟୁରୋପ ଏବଂ ଉତ୍ତର-ପଶ୍ଚିମ ରୁଷରେ ଲାଗିବ।

ପାଞ୍ଜିକାରମାନେ ଆହୁରି କହିଛନ୍ତି ଯେ, ଭାରତରେ ୨୦୨୫ ସେପ୍ଟେମ୍ବର ୭ ଏବଂ ୮ ସେପ୍ଟେମ୍ବର ମଧ୍ୟରେ ଲାଗିବାକୁ ଥିବା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଲାଗିବ। ଏହି ଗ୍ରହଣ ଏସିଆର ଅନ୍ୟ ଦେଶଗୁଡ଼ିକ ସହ ୟୁରୋପ, ଆଣ୍ଟାଲାର୍ଟିକା, ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ ଏବଂ ହିନ୍ଦ ମହାସାଗର ଅଞ୍ଚଳରେ ଏହି ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ ।
ଶେଷରେ ୨୦୨୫ ବର୍ଷର ସେପ୍ଟେମ୍ବର ୨୧ ଏବଂ ୨୨ ମଧ୍ୟରେ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ । ହେଲେ ଏହା ଭାରତରେ ଲାଗିବ ନାହିଁ । ଏହି ପରାଗ ନ୍ୟୁଜିଲ୍ୟାଣ୍ଡ, ପୂର୍ବ ମିଲେନେସିଆ, ଦକ୍ଷିଣ ପୋଲିନେଶିଆ ଏବଂ ପଶ୍ଚିମ ଆଣ୍ଟାର୍କଟିକାରେ ନଜର ଆସିବ ।