fbpx

ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣା : ୪ ଜଣ ଜେଟିପିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣାରେ ମିଳିଛି କାରଣ ଦର୍ଶାଅ ନୋଟିସ୍ । ୪ ଜଣ ଜେଟିପିଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । କେଉଁ ପରସ୍ଥିତିରେ ଏଭଳି ହେଲା ତାର ଉତ୍ତର ଦେବା ପାଇଁ ଜେଟିପି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୪ ଜଣ ଯାକ ଜେଟିପି ରାତି ୧୦ଟାରୁ ସକାଳ ୬ଟା ଯାଏଁ ଡ୍ୟୁଟିରେ ରହିଥିଲେ । ରାତି ୧.୦୦ ସମୟରେ ଏହି ଘଟଣା ଘଟିଥିବା ନେଇ ସିସିଟିଭିରୁ ସ୍ପଷ୍ଟ ହୋଇଛି ।

୪ ଜଣ ଜେଟିପିଙ୍କ ମଧ୍ୟରୁ ଜଣେ ବାଟଅଗଣା ଓ ନାଟ୍ୟମଣ୍ଡପ ଦାୟିତ୍ୱରେ ରହିଥିଲେ । ଅନ୍ୟପକ୍ଷରେ ବାକି ୩ ଜଣ ଜେଟିପି ସନ୍ଦିଗ୍ଧ ମାନଙ୍କୁ ବାହାରକୁ ଆଣି ଛାଡିଥିବା ସିସିଟିଭିରେ ସ୍ପଷ୍ଟ ହୋଇଛି । ୪ ଜଣ ଯାକ ଜେଟିପିଙ୍କୁ ସିଂହଦ୍ୱାର ପୋଲିସ ପକ୍ଷରୁ ପଚରା ଉଚୁରା କରାଯାଇଛି । ସନ୍ଦିଗ୍ଧ ବ୍ୟକ୍ତିଙ୍କ ଫଟୋ ଧରି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଖୁବଶୀଘ୍ର ଅପରାଧୀ ଧରା ପଡିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.