ପ୍ରବଳ ଟଙ୍କା ତଥାପି ଲୋଭ..ରାସନ କାର୍ଡ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ ଖୁଲାସା, ୪ ଲକ୍ଷ ଆୟକରଦାତା ନେଉଥିଲେ…
ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଚାଞ୍ଚଲ୍ୟକର ସୂଚନା । ପ୍ରାୟ ୪ ଲକ୍ଷ ଆୟକରଦାତା ମଧ୍ୟ ରାସନ ନେଉଥିଲେ କହିଲେ ମନ୍ତ୍ରୀ ।
ଭୁବନେଶ୍ବର: ରାସନ ସଂପର୍କରେ ଚାଞ୍ଚଲ୍ୟକର ତଥ୍ୟ ଦେଲେ ଯୋଗାଣ ମନ୍ତ୍ରୀ । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଚାଞ୍ଚଲ୍ୟକର ସୂଚନା । ପ୍ରାୟ ୪ ଲକ୍ଷ ଆୟକରଦାତା ମଧ୍ୟ ରାସନ ନେଉଥିଲେ କହିଲେ ମନ୍ତ୍ରୀ । ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
କାର୍ଯ୍ୟାନୁଷ୍ଠାନ ନିଆଯିବ- ସୂଚନା ଅନୁସାରେ, ରାଜ୍ୟରେ ନକଲି ରାସନକାର୍ଡଧାରୀଙ୍କୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ କେତେଜଣ ଏଭଳି ହିତାଧିକାରୀ ରହିଛନ୍ତି ସେନେଇ ଚାଲିଛି ଅନୁଧ୍ୟାନ । ପୂରା ତଥ୍ୟ ଆସିବା ପରେ ସେମାନଙ୍କୁ ରାସନ କାର୍ଡ ବାଦ୍ ଦିଆଯିବ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଆବେଦନ ପାଇଁ ପୋର୍ଟାଲ ଖୋଲିବ- ତେବେ ରାସନ କାର୍ଡ ନୂଆ ଆବେଦନ ନେଇ ମଧ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏଥି ପାଇଁ ପୋର୍ଟାଲ ଖୋଲିବ ।
ଇ-କେଓ୍ବାଇସି ସରିବା ପରେ ନୂଆ ଆବେଦନ ପାଇଁ ପୋର୍ଟାଲ ଖୋଲିବ ବୋଲି ମନ୍ତ୍ରୀ କହିଛନ୍ତି । ପ୍ରାୟ 41 ଲକ୍ଷ ବର୍ତ୍ତମାନ ସୁଦ୍ଧା ମଧ୍ୟ ଇକେଓ୍ବାଇସି କରିନାହାନ୍ତି । ଏହା ପରେ ହିଁ ସ୍ପଷ୍ଟ ହୋଇପାରିବ ଯେ, କେତେ ଭୂତ ରାସନକାର୍ଡଧାରୀ ରହିଛନ୍ତି ।