CDSCO ଜାରି କଲା ମାସିକ ଲିଷ୍ଟ: ୪ଟି ମେଡିସିନ ନକଲି ଘୋଷିତ, ମାନକ ଗୁଣବତ୍ତାରେ ଫେଲ୍ ହେଲା ୪୮ଟି ଔଷଧ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଔଷଧି ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ ପକ୍ଷରୁ ସେପ୍ଟେମ୍ବରରେ ମାନକ ଗୁଣବତ୍ତା ପରୀକ୍ଷଣରେ ବିଫଳ ହୋଇଥିବା ଔଷଧଗୁଡ଼ିକର ମାସିକ ଲିଷ୍ଟ ଜାରି କରାଯାଇଛି । ଜାରି ହୋଇଥିବା ଲିଷ୍ଟରେ ୪ଟି ଔଷଧକୁ ନକଲି ଘୋଷିତ କରାଯାଇଥିବା ବେଳେ ୪୮ଟି ମେଡିସିନ ମାନକ ଗୁଣବତ୍ତାରେ ବିଫଳ ହୋଇଥିବା ଦର୍ଶାଯାଇଛି । ତେଣୁ ଏଭଳି ସ୍ଥିତିରେ ଜନସାଧାରଣ ଏହି ସବୁ ମେଡିସିନ ବ୍ୟବହାର କରୁଥାଇ ପାରନ୍ତି । ତେଣୁ ଏନେଇ ସମସ୍ତେ ସାବଧାନ ରହିବା ଉଚିତ ।

ରିପୋର୍ଟ ମୁତାବକ, ସିଡିଏସସିଓ ପକ୍ଷରୁ ସେପ୍ଟେମ୍ବର ମାସ ପାଇଁ ଜାରି ହୋଇଥିବା ମାସିକ ଅପଡେଟରେ ୟୁରିମ୍ୟାକ୍ସ ଡି ଔଷଧ ସାମିଲ ହୋଇଛି । ଏହି ଔଷଧକୁ ସୌମ୍ୟ ପ୍ରୋଷ୍ଟେଟ ହାଇପରପ୍ଲାସିୟା (ବିପିଏଚ) ବା ପ୍ରୋଷ୍ଟେଟ ଗ୍ରନ୍ଥି ବୃଦ୍ଧି ପାଇଁ ଉପଯୋଗ କରାଯାଇଥାଏ । ଏଥିସହିତ ଡେକା-ଡ୍ୟୁରାବୋଲିନ ୨୫ ଇଞ୍ଜେକସନ ମଧ୍ୟ ଏହି ଲିଷ୍ଟରେ ରହିଛି । ରଜୋନିବୃତ୍ତି ପରେ ମହିଳାଙ୍କ କ୍ଷେତ୍ରର ଅଷ୍ଟିଓପୋରୋସିସର ଚିକିତ୍ସା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ ।