fbpx

ଓଡ଼ିଶା ହାଇକୋର୍ଟ ବିଚାରପତି ପାଇଁ ୪ ବରିଷ୍ଠ ଆଇନଜୀବୀଙ୍କୁ ପଦୋନ୍ନତି ଦେଲେ ସୁପ୍ରିମକୋର୍ଟ

Advertisement

କଟକ: ଓଡ଼ିଶା ହାଇକୋର୍ଟ ପାଇଁ ୪ ନୂଆ ବିଚାରପତିଙ୍କୁ ମିଳିଲା ପଦୋନ୍ନତି । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ସେମାନଙ୍କ ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ୍ । ଗତ ୨୯ ତାରିଖରେ କଲେଜିୟମ୍ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଲାଗି ୪ ଆଡଭୋକେଟ୍ ମାନଙ୍କ ନାମକୁ ଅନୁମୋଦନ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ୍ ।

ବିଚାରପତି ପାଇଁ ଆଇନଜୀବୀ ଭି. ନରସିଂହା, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ ଓ ଶ୍ରୀରମଣ ମୁରାହରିଙ୍କ ନାମ ଅନୁମୋଦନ କରିଛନ୍ତି ସୁପ୍ରିମକୋର୍ଟ । ଏବେ ଓଡ଼ିଶା ହାଇକୋର୍ଟରେ ୧୮ ଜଣ ବିଚାରପତି ଅଛନ୍ତି । ନୂଆ ୪ ଜଣଙ୍କର ଯୋଗଦାନ ପରେ ଏହି ସଂଖ୍ୟା ୨୨କୁ ବୃଦ୍ଧି ପାଇବ । ଓଡ଼ିଶା ହାଇକୋର୍ଟଙ୍କ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ରହିଛି ।

Get real time updates directly on you device, subscribe now.