fbpx

(Video) Air Show ବେଳେ ଘଟିଗଲା ବିରାଟ ଅଘଟଣ: ୪ ମୃତ, ୯୬ ଆହତ, ମେଡିକାଲରେ ଭର୍ତ୍ତି

ତାମିଲନାଡୁ: ଚେନ୍ନାଇର ମ୍ୟାରିନା ବିଚ୍ ଅଞ୍ଚଳରେ ଭାରତୀୟ ବାୟୁସେନାର ଏୟାର ଶୋ’ ବେଳେ ଘଟିଯାଇଛଇ ଏକ ବିରାଟ ଅଘଟଣ । ଏହି ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଥିବା ବେଳେ ୯୬ ଜଣ ଆହତ ହୋଇଥିବା ଜାଣିବାକୁ ମିଳିଛି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଭାରତୀୟ ବାୟୁସେନାର ୯୨ତମ ବାର୍ଷିକୋସôବ ପାଳନ କରିବା ଉଦେ୍ଦଶ୍ୟରେ ଏହି ଲୟାର ଶୋ’ ଆୟୋଜନ ହୋଇଥିଲା । କିନ୍ତୁ ଏହି ଏୟାର ଶୋ’ ବେଳେ ଏକ ବଡ଼ ଅଘଟଣ ସମସ୍ତଙ୍କ ଛାତି ଥରାଇ ଦେଇଛି ।

ଭାରତୀୟ ବାୟୁସେନାର ଏହି ଶୋ’ ଦେଖିବା ପାଇଁ ଟ୍ରେନ୍, ମେଟ୍ରୋ, କାର୍ ଏବଂ ବସ୍ ଯୋଗେ ୧୩ ଲକ୍ଷରୁ ଅଧିକ ଲୋକ ପହଞ୍ଚିଥିଲେ। ତେବେ ଗର୍ବର ମୁହୂର୍ତ୍ତ ଦେଖିବା ସମୟରେ ପ୍ରାୟ ୧୦୦ ରୁ ଅଧିକ ଲୋକ ଏକ ଅଘଟଣର ଶିକାର ହୋଇଛନ୍ତି । ତେବେ ଘଟଣା ପରେ ଲୋକମାନେ ଏହି ଅଞ୍ଚଳ ଛାଡିବାକୁ ଚେଷ୍ଟା କରିବାରୁ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଥିଲା । ଯାହା ଫଳରେ ଟ୍ରାଫିକ କର୍ତ୍ତୃପକ୍ଷ ଏହି ଭିଡ଼କୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇଛନ୍ତି। କିଛି ଲୋକ ଏଥିରେ ହତାଶ ହୋଇ କାମାରାଜ ସାଲାଇର ମାଡ୍ରାସ ୟୁନିଭରସିଟି କ୍ୟାମ୍ପସକୁ ଚାଲି ଯାଇଥିଲେ ।

ସୂଚନା ଅନୁସାରେ, ଏୟାର ଶୋ’ ପାଇଁ ଚେନ୍ନାଇର ମାରିନା ବେଳାଭୂମିରେ ଅତି କମରେ ୧୦ ଲକ୍ଷ ଲୋକ ଏକାଠି ହେବେ ବୋଲି ଆଶା କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। “ଲୋକମାନେ ସକାଳ ୭ ଟାରୁ ସମୁଦ୍ର କୂଳରେ ଏକାଠି ହୋଇଥିବା ବେଳେ ରାତି ପ୍ରାୟ ୧ ଟାରେ ଶୋ’ ଶେଷ ହୋଇଥିଲା । କିନ୍ତୁ ବିଶୃଙ୍ଖଳା ଏବଂ ଦ୍ୱନ୍ଦ୍ୱକୁ ନେଇ ସମସ୍ତ ଜନତା ଏକାସାଙ୍ଗରେ ସ୍ଥାନ ଛାଡି ଚାଲି ଯାଇଥିଲେ ବୋଲି ଅଧିକାରୀ କହିଛନ୍ତି।

୨୧ ବର୍ଷର ବ୍ୟବଧାନ ପରେ ଚେନ୍ନାଇରେ ଏହି ଏୟାର ଶୋ’ ଆୟୋଜନ କରାଯାଇଛି । ଏହି କାର୍ୟ୍ୟକ୍ରମକୁ ବାୟୁସେନା ଏବଂ ତାମିଲନାଡୁ ସରକାରୀ କର୍ତ୍ତୃପକ୍ଷ ବ୍ୟାପକ ଭାବରେ ପ୍ରଚାର କରିଥିଲେ। କିନ୍ତୁ ଜନସାଧାରଣଙ୍କ ପାଇଁ ହୋଇଥିବା ବ୍ୟବସ୍ଥା ପର୍ୟ୍ୟାପ୍ତ ହୋଇନଥିଲା । ଅନେକେ ପାନୀୟ ଜଳ ନ ପାଇବା କିମ୍ବା ସ୍ଥାନ ଛାଡି ପାରିନଥିବାରୁ ଡିହାଇଡ୍ରେସନ ଭଳି ସମସ୍ୟାର ସମ୍ମୁଖୀନ ହୋଇଥିବା ଜଣାଯାଇଛି। ସେହିପରି ଅନେକ ଦର୍ଶକ ବ୍ୟବସ୍ଥା ଅଭାବ ନେଇ ଅଭିଯୋଗ କରିଥିବା ବେଳେ ଭିଡ଼ ଭିତରେ ଆମ୍ବୁଲାନ୍ସ ଫସି ରହିଥିବାର ଭିଡିଓ ସହ ଜରୁରୀକାଳୀନ ସେବା ଅଭାବର କିଛି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ଅନ୍ୟ ପକ୍ଷରେ, ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ମେଟ୍ରୋ ଷ୍ଟେସନରେ ଭିଡ଼ ଜମିବା ପରେ ଚେନ୍ନାଇ ମେଟ୍ରୋ ଟ୍ରେନର ଫ୍ରିକ୍ୱେନ୍ସି ବୃଦ୍ଧି କରିଛି। “ମେଟ୍ରୋ ଟ୍ରେନର ଫ୍ରିକ୍ୱେନ୍ସି ୭ ମିନିଟରେ ରହିଥିଲା । କିନ୍ତୁ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଏହାକୁ ୩.୩୦ ମିନିଟକୁ କମ୍ କରି ଦିଆ ଦିଆଯାଇଥିଲା ।

Get real time updates directly on you device, subscribe now.