fbpx
BSKY SKY
BSKY SKY

ଗଣେଶ ପୂଜା ବିସର୍ଜନରେ ଅଘଟଣ, ଯମୁନା ନଦୀରେ ବୁଡିଗଲେ ୪ ଜଣ

BSKY

ନୂଆଦିଲ୍ଲୀ : ଶେଷ ହୋଇଛି ଗଣେଶ ପୂଜା । ଏବେ ଚାଲିଛି ମୂର୍ତ୍ତି ବିଷର୍ଜନ । ଲୋକମାନେ ଆଡମ୍ବରରେ ଗଣେଶଙ୍କ ମୂର୍ତ୍ତି ବିଷର୍ଜନ କରୁଛନ୍ତି । ଏହା ଛଡା ମୂର୍ତ୍ତି ବିସର୍ଜନ ସମୟରେ ଲୋକମାନଙ୍କ ମୃତ୍ୟୁ ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ଏହି ପରି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଳୀରେ । ଦିଲ୍ଲୀରେ ଗଣେଶ ଭସାଣି ବେଳେ ଯମୁନା ନଦୀରେ ବୁଡି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ୟୁପିର ନିଠାରି ଅଞ୍ଚଳରେ ଲୋକମାନେ ଗଣେଶ ମୂର୍ତ୍ତି ବିସର୍ଜନ କରିବା ପାଇଁ ଦିଲ୍ଲୀର ମୟୁର ବିହାର ପାଖକୁ ଯାଇଥିଲେ । ଏଠାରେ ମୂର୍ତ୍ତି ବିସର୍ଜନ କରିବା ସମୟରେ ଦୁଇ ଭାଇଙ୍କର ନଦୀରେ ବୁଡିବା ଫଳରେ ମୃତ୍ୟୁ ହୋଇଥିଲା ।

ପୋଲିସ କହିବା ଅନୁସାରେ ଦୁଇଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ମୃତୁ ଘୋଷଣା କରାଯାଇଥିଲା । ସୂଚନା ଅନୁସାରେ ସେମାନେ ମୂର୍ତ୍ତି ବିସର୍ଜନ କରିବା ପରେ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ ଫଳରେ ବୁଡି ଯାଇଥିଲେ । ପରିବାର ଲୋକ ସେମାନଙ୍କୁ ପାଣିରୁ ଉଦ୍ଧାର କରିଥିଲେ କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ତେବେ ମୃତକ ଦୁଇ ଜଣ ହେଉଛନ୍ତି ୧୫ ବର୍ଷର ନିରଜ ଏବଂ ୫ ବର୍ଷର କୃଷ୍ଣ । ଏବେ ଶବକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି । ଏହା ଛଡା ୟୁପିରୁ ମଧ୍ୟ ଅନେକ ଘଟଣା ସାମ୍ନାକୁ ଆସିଛି । ଯାହା ଫଳରେ ସେମାନଙ୍କୁ ରେସ୍କ୍ୟୁ କରି ଉଦ୍ଧାର କରାଯାଇଛି । ତେବେ ଉଦ୍ଧାରକାରୀ ୩ ଜଣଙ୍କୁ ଏ ପର୍ଯ୍ୟନ୍ତ ଉଦ୍ଧାର କରିଛନ୍ତି । କିନ୍ତୁ ବାକି ୩ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି ।

Get real time updates directly on you device, subscribe now.