fbpx
BSKY SKY
BSKY SKY

ରାଜ୍ ବିରୋଧରେ ୪ ଜଣ ଦେଲେ ସାକ୍ଷ୍ୟ, ଜାଣନ୍ତୁ କଣ ଫିଟିଲା ରହସ୍ୟ…

BSKY

ଓଡ଼ିଶା ଭାସ୍କର ବ୍ୟୁରୋ: ପର୍ଣ୍ଣ ଫିଲ୍ମ କାରବାରରେ ଗୋଟିଏ ଗୋଟିଏ ପରଦା ଫିଟିବାରେ ଲାଗିଛି । ରାଜ୍ କୁନ୍ଦ୍ରାଙ୍କ କମ୍ପାନିର ୪ ଜଣ ପୂର୍ବ କର୍ମଚାରୀ ଏହି ମାମଲାରେ ସାକ୍ଷ୍ୟ ଦେବା ପରେ ଅନେକ ତଥ୍ୟ ଜଣାପଡ଼ିଛି । କ୍ରାଇମବ୍ରାଞ୍ଚ ଏନେଇ ତନାଘନା ଚଳାଇଥିବାବେଳେ ଏଭଳି ସାକ୍ଷ୍ୟ ଲାଗିଛି ।

ସୂଚନା ଅନୁସାରେ କୁନ୍ଦ୍ରାଙ୍କ କମ୍ପାନିର ୪ ଜଣ ପୂର୍ବତନ କର୍ମଚାରୀ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ବୟାନ ଦେଇଛନ୍ତି । ଏସବୁ ରେକର୍ଡ କରାଯାଇଛି । ଚାଟାର୍ଡ ଆକାଉଣ୍ଟାଟ ବାଲାନ୍ସ ସିଟ୍ ସହ ଜଡ଼ିତ ସମସ୍ତ ତଥ୍ୟ ପ୍ରଦାନ କରିବା ପରେ ଦ୍ୱିତୀୟ ସାକ୍ଷୀ ଭାବେ କମ୍ପାନିର ପୂର୍ବତନ ଫାଇନାନ୍ସ ପରିଚାଳକ ଅର୍ଥ କାରବାର ସମ୍ପର୍କରେ ସୂଚନା ଦେଇଥିଲେ । ଦେଶ ବାହାରକୁ କୁନ୍ଦ୍ରା ଚଳାଇଥିବା ଅର୍ଥ କାରବାର ସମ୍ପର୍କରେ ସାକ୍ଷୀ ସୂଚନା ଦେବା ପରେ ଟେକ୍ନିକାଲ କ୍ଷେତ୍ର ସହ ସମ୍ପୃକ୍ତ ଆଉ ଦୁଇଜଣ ସାକ୍ଷୀ ମଧ୍ୟ ସେମାନଙ୍କ ବୟାନ ରେକର୍ଡ କରାଇଥିଲେ । ସାକ୍ଷୀମାନେ ରାଜ କୁନ୍ଦ୍ରାଙ୍କ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିବାବେଳେ ତାଙ୍କ ପାଇଁ ବଢ଼ି ଚାଲିଛି ଅଡୁଆ । ଆଗକୁ ଆହୁରିି ଅନେକ ଗୁମର ଫିଟିପାରେ ବୋଲି ମୁମ୍ବାଇ ପୋଲିସ୍ କହିଛି ।

Raj Kundra Case

Get real time updates directly on you device, subscribe now.