fbpx

ପାୱାର କ୍ରାଇସିସ୍: ଏହି ୪ଟି କାରଣରୁ ଦେଶରେ ଦେଖାଦେଇଛି କୋଇଲା ସଙ୍କଟ

ନୂଆଦିଲ୍ଲୀ: ଦେଶରେ ଏବେ କୋଇଲା ସଙ୍କଟ ଘନେଇବାରେ ଲାଗିଛି । କୋଇଲା ସଙ୍କଟର ସିଧାସଳଖ ପ୍ରଭାବ ବିଜୁଳି ଉତ୍ପାଦନ ଉପରେ ପଡ଼ିବ । କାରଣ ଦେଶରେ ଅଧିକାଂଶ ବିଜୁଳି କୋଇଲାରୁ ହିଁ ଆସିଥାଏ । ଏହି ପରିସ୍ଥିତିରେ ଶକ୍ତି ମନ୍ତ୍ରାଳୟ ଦାବି କହିଛନ୍ତି ଯେ, ଖୁବ୍ ଶୀଘ୍ର କୋଇଲା ସଙ୍କଟକୁ ଦୂରେଇଯିବ । ହେଲେ ହଠାତ୍ ଏହି ସଙ୍କଟ କାହିଁ ବା କେଉଁ କାରଣରୁ ଉପୁଜିଛଇ ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର । ତେବେ ଏହାର ମୁଖ୍ୟତଃ ୪ଟି କାରଣ ରହିଛି ।

୧. ଅର୍ଥବ୍ୟବସ୍ଥାରେ ସୁଧାର ଆସିବା ପରଠାରୁ ଦେଶରେ ବିଜୁଳି ଚାହିଦା ବଢ଼ିଯାଇଛି ।
୨. ସେପ୍ଟେମ୍ବର ମାସରେ କୋଇଲା ଖଣିରେ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବା କାରଣରୁ କୋଇଲା ଉତ୍ପାଦନ ପ୍ରଭାବିତ ହୋଇଛି ।
୩. ବିଦେଶରୁ ଆସୁଥିବା କୋଇଲାର ମୁଲ୍ୟ ବୃଦ୍ଧି ପାଇବାକୁ ଲାଗିଲା । ତେଣୁ ଘରୋଇ କୋଇଲା ଉପରେ ନିର୍ଭରଶୀଳତା ବୃଦ୍ଧିପାଇଲା ।
୪. ମୌସୁମୀ ଆସିବା ପୂର୍ବରୁ କୋଇଲାର ଷ୍ଟକ୍ ରଖାଗଲା ନାହିଁ ।

ଏ ଦିଗରେ କଣ ରହିଛି ସରକାରଙ୍କ ପଦକ୍ଷେପ:

କୋଇଲା ଷ୍ଟକ୍ ଉପରେ ନଜର ରଖିବାକୁ ଶକ୍ତି ମନ୍ତ୍ରାଳୟ ଅଗଷ୍ଟ ୨୭ ତାରିଖରେ ଏକ କୋର୍ ମ୍ୟାନେଜମେଣ୍ଟ ଟିମ୍ ଗଠନ କରିଛି । ଏହି ଟିମ୍ ସପ୍ତାହରେ ଦୁଇଥର କୋଇଲା ଷ୍ଟକ୍ ଉପରେ ନଜର ରଖିବା ସହିତ ପ୍ରବନ୍ଧନ କାମ ବି କରିବେ । ଏହି କମିଟିରେ ଶକ୍ତି ମନ୍ତ୍ରାଳୟ, ସିଇଓ, ପୋସ୍କୋ, ରେଳବାଇ ଏବଂ କୋଇଲା ଇଣ୍ଡିଆ ଲିମିଟେଡ୍ ର ଅଧିକାରୀ ମାନେ ରହିଛନ୍ତି ।

Get real time updates directly on you device, subscribe now.